ସରକାରୀ କଟକଣାକୁ ଫୁ କରି ରାତିରେ ଚାଲିଛି ବାଲି ଚୋରା ଚାଲାଣ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଥାନା ଅଧିନ ନିଳୋକ-ଓଳମ ରାସ୍ତା ଦେଇ ଦୈନନ୍ଦିନ ରାତିରେ ଶହ ଶହ ହାଇୱା ଗାଡି ମାଧ୍ୟମରେ ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ ହେଉଛି । ଏପରିପେକ୍ଷୀରେ ରବିବାର ସକାଳେ ନିଳୋକ ବିଦ୍ୟୁତ୍ ଷ୍ଟକଚର ଠାରେ ସ୍ଥାନୀୟ ଲୋକେ ୪ଟି ଚୋରା ବାଲି ବୋଝେଇ ହାଇୱା ଗାଡିକୁ ଅଟକାଇ ପୋଲିସକୁ ଖବର କରିଥିଲେ । ପୋଲିସ ପହଞ୍ôଚ ୪ଟି ଗାଡିକୁ ଜବତ କରି ଗୋଟିଏ ବାଲି ବୋଝେଇ ଗାଡିକୁ ଥାନାକୁ ନେଇଥିବା ବେଳେ ଆଉ ୩ଟି ଗାଡିର ଡ୍ରାଇଭର ଫେରାର ହୋଇ ଯାଇଥିଲେ । ଫଳରେ ପୋଲିସ ଅନ୍ୟ ୩ଟି ଗାଡିକୁ ସକାଳ ଠାରୁ ଜଗି ରହିଥିଲା । ଏହା ମଧ୍ୟରେ ରବିବାର ରାତି ୧୧ଟା ବେଳେ ୨ଟି ଗାଡିରୁ ବାଲିକୁ ରାସ୍ତା ପାଶ୍ୱର୍ରେ ଅନଲୋଡ୍ କରାଯାଇ ଖାଲି ଗାଡି ଦୁଇଟିକୁ ଥାନାକୁ ନିଆଯାଇଥିଲା । ଆଉ ଗୋଟିଏ ବାଲି ବୋଝେଇ ଗାଡି ଉକ୍ତ ସ୍ଥାନରେ ଠିଆ ହୋଇ ରହିଥିଲା । ଉକ୍ତ ଗାଡିଟିକୁ ସୋମବାର ପୂର୍ବାହ୍ନରେ ଥାନାକୁ ନିଆଯାଇଥିବା ଜଣାଯାଇଛି । ଜବତ ହୋଇଥିବା ୪ ଗାଡି ବିରୁଦ୍ଧରେ ବନ୍ତ ଥାନାରେ ୧୬୨/୨୫ ମୂଳେ ମାମଲା ରୁଜ୍ଜୁ ହୋଇଛି । ଏସମସ୍ତ ଗାଡି ଗୁଡିକ ବନ୍ତ-ବାରିକପୁର ରାସ୍ତା ଦେଇ ନିଳୋକ ବଜାର ଠାରୁ ନିଳୋକ-ଓଳମ ରାସ୍ତାରେ କେନ୍ଦୁଝର ଜିଲାର ହାଟଡିହୀ ତହସିଲ ଅଧିନ ବିଭିନ୍ନ ବାଲି ଘାଟକୁ ଯାଇ ରାତିରେ ବେଆଇନ ଚୋରା ବାଲି ନେଇ ପଶ୍ଚିମବଙ୍ଗ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିଲା । ବର୍ତ୍ତମାନ ରାଜ୍ୟର ବିଭିନ୍ନ ବାଲି ଘାଟ ଗୁଡିକ ସରକାରୀ ଭାବେ ବନ୍ଦ ରହିଛି । ଏପରିପେକ୍ଷୀରେ ସରକାରଙ୍କର ସମସ୍ତ କଟକଣାକୁ ବେଖାତିର କରି ବାଲି ମାଫିଆ ମାନେ ଖୁଲମଖୁଲା ଚୋରା ବାଲି ଘାଟରୁ ବାଲି ଉତ୍ତୋଳନ କରି ବାହାର ରାଜ୍ୟକୁ ବିକ୍ରି କରି ମୋଟା ଅଙ୍କର ମୁନାଫା କମାଉଛନ୍ତି । ପ୍ରତିଦିନ ରାତିରେ ଏହି ଚୋରା କାରବାର ଚାଲୁଥିବା ବେଳେ ପ୍ରଶାସନ ଜାଣିଶୁଣି ଚୁପ୍ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଚୋରା ବାଲି ଚାଲାଣ ଫଳରେ ରାଜ୍ୟ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱହାନି ହେଉଥିବା ଜଣାଯାଇଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ