ଜନ ଅଭିଯୋଗ ଶୁଣାଣୀ
ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାପାଳ ଭାବେ ଭି. କୀର୍ତ୍ତି ଭାସନ ଦାୟିତ୍ୱ ଗ୍ରହଣ କଲା ପରେ ଲୋକ ଙ୍କ ଅଭିଯୋଗ ଗୁଡିକୁ ପ୍ରାଧାନ୍ୟ ଦେଇଛନ୍ତି, ଲୋକଙ୍କ ଅଭିଯୋଗ ଗୁଡିକୁ ତୁରନ୍ତ ସମାଧାନ କରିବା ନିମନ୍ତେ ଅଧିକାରୀ ମାନଂକୁ ନିର୍ଦେଶ ଦେଇଛନ୍ତି, ଆଜି ଆଉ ପାଦେ ଆଗକୁ ଆସି ନିଜେ ଲୋକଙ୍କ ଅଭିଯୋଗ ଗୁଡିକ ଲାପଟପ ମାଧ୍ୟମ ସେ ଅନଲାଇନ ରେ ପଞ୍ଜିକରଣ କରିଛନ୍ତି, ଏହା ସଂଗେ ସଂଗେ ଜନଶୁଣାଣୀ ପୋର୍ଟାଲରେ ପଞ୍ଜୀକରଣ କରାଯାଇଛି । ଏଥିରେ ଲୋକଙ୍କ ଅଭିଯୋଗ ଗୁଡିକ ସିଧାସଳଖ ପଞ୍ଜୀକରଣ ହୋଇ ଟ୍ରାକ ହୋଇ ପାରିବ ଏବଂ ବିଭିନ୍ନ ବିଭାଗ ର ଅଧିକାରୀଙ୍କ ପାଖକୁ ଯାଇ ପାରିବ । ଯାହା ଦ୍ୱାରା ଏହାର ସ୍ଥିତି ସମ୍ପର୍କରେ ଲୋକେ ନିଜେ ଅନଲାଇନ ରେ ଦେଖିବା ସହିତ ସମସ୍ୟା ସମାଧାନ ହେଲା କି ନାହିଁ ତାହା ଟ୍ରକ କରି ଜାଣିପାରିବ । ଏହା ସେ ପ୍ରଥମେ କୋରାପୁଟ ଜିଲ୍ଲାରେ ଜିଲ୍ଲାପାଳ ଥିବା ବେଳେ ଆରମ୍ଭ କରିଥିଲେ । ସେଠାରେ ସଫଳତା ମିଳିବା ପରେ ଗଞ୍ଜାମ ଜିଲ୍ଲା ବଡ଼ ଜିଲ୍ଲା ହୋଇଥିବା ରୁ ସେ ଲୋକଙ୍କ ସୁବିଧା ନିମନ୍ତେ ଆଜି ଆରମ୍ଭ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଚଳିତ ମାସ ର ଆଜି ପ୍ରଥମ ସୋମବାର ହୋଇଥିବା ରୁ ସ୍ଥାନୀୟ ଜଉଗଡ଼ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ହୋଇଥିଲା, ଏଥିରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଯୋଗଦେଇ ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୨୩୮ ଜଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ସେଥି ମଧ୍ୟରୁ ୨୨୭ଟି ବ୍ୟକ୍ତିଗତ ହୋଇଥିବା ବେଳେ ୧୧ ଟି ସାମୁହିକ ଅଭିଯୋଗ ରହିଥିଲା । ବିଶେଷ କରି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ରାସନ କାର୍ଡ ସମେତ ବିଭିନ୍ନ ଅଭିଯୋଗ ଗୁଡିକ ଶୁଣାଣି କରାଯାଇଥିଲା । କେତକ ଅଭିଯୋଗ ଗୁଡିକର ସମାଧାନ ହୋଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କ ନିକଟ କୁ ପଠା ଯାଇଛି, ଏହି ଆଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସୂଚନା ପାଇ ଯେଉଁ ଅଧିକାରୀ ମାନେ ଅନୁପସ୍ଥିତ ରହିଥିଲେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ସ୍ୱତନ୍ତ୍ର ବିଦ୍ୟାଳୟ ର କେତକ ବିଦ୍ୟାର୍ଥୀ ଙ୍କ ବ୍ରେଲ ଶିକ୍ଷା ନିମନ୍ତେ ଆଧୁନିକ ଯନ୍ତ୍ର (ଆନି ସ୍ମାର୍ଟ ମେସିନ୍) ପ୍ରଦାନ କରାଯାଇଛି, ଏହା ସହିତ ୮ଜଣ ଙ୍କୁ ୫୨ ହଜାର ୫୦୦ ଟଙ୍କା ରେଡକ୍ରସ ପାଣ୍ଠିରୁ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଆଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ସମେତ ବିଭିନ୍ନ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।