ଆମ ପରିବାର ଓ ଆମ ପଞ୍ଚାୟତ ପତ୍ରିକାର ଲୋକାର୍ପଣ ଉତ୍ସବ
ବେତନଟୀ (ଓ୍ବାଇଏନଏସ): ସ୍ବର୍ଗତ ଭଗବାନ ମହାପାତ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ଆମ ପରିବାର ଓ ଆମ ପଂଚାୟତ ପତ୍ରିକାର ବ୍ୟାସଦେବ ଜୟନ୍ତୀ ସଂଖ୍ୟା ପତ୍ରିକାର ଉନ୍ମୋଚନ ସ୍ବର୍ଗତ ମହାପାତ୍ରଙ୍କ ବୈଠକ ବଙ୍ଗଳାରେ ତା୦୩.୦୮.୨୫ରିଖ ରବିବାର ଦିନ ଅପରାହ୍ନ ୩ ଘଟିକା ସମୟରେଉନ୍ମୋଚନ ହୋଇଯାଇଛି । ଏହି ପତ୍ରିକାଟି ବ୍ୟାସ ପୂର୍ଣ୍ଣିମା ପ୍ରକାଶିତ ହେବାର ଥିଲା ମାତ୍ର ଏହି ପତ୍ରିକାର ପ୍ରତିଷ୍ଠାତା ସ୍ବର୍ଗତ ଭଗବାନ ମହାପାତ୍ର ତା୧୦.୦୭.୨୫ ରିଖ ଦିନ ଇହଲୀଳା ସମ୍ବରଣ କରିବାରୁ ଏହି ପତ୍ରିକା ଉନ୍ମୋଚନ ହୋଇପାରିନଥିଲା ତେଣୁ ମହାପାତ୍ରଙ୍କ ଏକାଦଶାହ କର୍ମର ପରିସମାପ୍ତି ପରେ ତାଙ୍କର ସୁପୁତ୍ର ଅନ୍ତର୍ଯ୍ୟାମୀ ମହାପାତ୍ର, ସୁଦର୍ଶନ ମହାପାତ୍ର ଓ ଚକ୍ରଧର ମହାପାତ୍ରଙ୍କ ମିଳିତ ଉଦ୍ୟମରେ ତାହା ଉନ୍ମୋଚିତ ହୋଇପାରିଛି । ଏହି ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ ପତ୍ରିକାର ମୁଖ୍ୟ ସମ୍ପାଦକ ଶାନ୍ତନୁ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ସଂଯୋଜନା ସମ୍ପାଦକ ସର୍ବେଶ୍ଵର ଜେନାଙ୍କ ପରିଚାଳନାରେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ସ୍ବର୍ଗତ ଭଗବାନ ମହାପାତ୍ରଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପୁଷ୍ପମାଲ୍ୟ ଯୁବ ସମାଜସେବୀ ଦେବେନ୍ଦ୍ର ଆଚାର୍ଯ୍ୟଙ୍କ ବେଦ ମନ୍ତ୍ର ପାଠରେ ସମ୍ପାଦିତ ହୋଇଥିଲା, ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ା ଯୋଗଦାନ କରି ସ୍ବର୍ଗତ ମହାପାତ୍ରଙ୍କ ମହନୀୟତା ଓ ପତ୍ରିକାର ଆବଶ୍ୟକତା ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ଭିତରେ ବିଶିଷ୍ଟ ଶିକ୍ଷକ ଓ କବି ପ୍ରଭାତ ଆଚାର୍ଯ୍ୟ, ବୈଦିକ ଗୁରୁକୂଳ ଆଶ୍ରମ ପିଞ୍ଚାବଣିଆ ସଂଚାଳକ ବିଜୟ ଜି, କସିପଦା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ,ରୂପ୍ସାର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ସାହୁ, ମା ଦୁର୍ଗା ପ୍ରକାଶନିର ପ୍ରତିଷ୍ଠାତା ତଥା ପତ୍ରିକାର ପ୍ରକାଶକ କିଶୋର ଚନ୍ଦ୍ର ମହାପାତ୍ର, ପତ୍ରିକାର ମାର୍ଗଦର୍ଶକ ସୁଧାକର ଗିରି ପ୍ରମୁଖ ଅତିଥି ଯୋଗଦାନ କରି ସ୍ବର୍ଗତ ମହାପାତ୍ର ରୂପ୍ସା ଅଞ୍ଚଳର ଗାନ୍ଧୀ ଓ ସଂଗଠନ ପ୍ରେମୀ ବୋଲି ମତବ୍ୟକ୍ତ କରିଥିଲେ ସଭା ଆରମ୍ଭରେ ସ୍ବର୍ଗତ ମହାପାତ୍ରଙ୍କ ସୂପୁତ୍ର ସୁଦର୍ଶନ ମହାପାତ୍ର ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ମନୋରଞ୍ଜନ ଉପାଧ୍ୟାୟ,ଚକ୍ରଧର ମହାନ୍ତି, ପୂଜକ ଚକ୍ରଧର ଆଚାର୍ଯ୍ୟ, ଶିକ୍ଷକ ବିଶ୍ଵନାଥ ପ୍ରଧାନ, ରାସବିହାରୀ ବାରିକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମହାପାତ୍ର ଜଣେ ନିର୍ଭୀକ ବ୍ୟକ୍ତି ଥିଲେ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ଦିବ୍ୟରଞ୍ଜନ ପ୍ରଧାନ, କୃଷ୍ଣ ପାତ୍ର, ଜୟନ୍ତ ସ , ଶୁଭଙ୍କର ମହାପାତ୍ର, ସଂଯୁକ୍ତା ମହାପାତ୍ର, ସସ୍ମିତା ମହାପାତ୍ର, ଚକ୍ରଧର ମହାପାତ୍ର ଶୁଭ୍ରଜିତ୍ ମହାପାତ୍ର ପ୍ରମୁଖ ସଂଯୋଜନା କରିଥିବା ବେଳେ ସ୍ବର୍ଗତ ମହାପାତ୍ରଙ୍କ ପୁତୁରା ଡାକ ମହାପାତ୍ର ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।