ପେନସନ ଓ ଚାକିରୀ ସର୍ତ୍ତାବଳି ଦାବିନେଇ  ଅଧ୍ୟାପକ ଓ କର୍ମଚାରୀ ସଂଘର ଦାବୀ ପତ୍ର ପ୍ରଦାନ  

ଛତ୍ରପୁର, (ଓ୍ବାଇଏନଏସ): ନିଖିଳ ଓଡିଶା ୬୬୨(+୨ଓ +୩) ବର୍ଗ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ପେନସନ ଓ ଚାକିରୀ ସର୍ତ୍ତାବଳି ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି, ଏହା ସହିତ ପ୍ରଧାନମନ୍ତ୍ରୀ, ଓଡିଶା ର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର  ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ପ୍ରଦାନ କରାଯାଇଛି,ଜିଲ୍ଲା ସମ୍ପାଦକ ଶିଶିର କାନ୍ତ ବିଷୋୟୀ ଓ କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱ ରେ ଜିଲ୍ଲାର ଏହି ବର୍ଗର ୪୨ଟି ମହାବିଦ୍ୟାଳୟ ର ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସ୍ଥାନୀୟ କଲେଜ ଛକ ଠାରୁ ଏକ ଶୋଭାଯାତ୍ରା ରେ ନିଜ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ପହଁଚିଥିଲେ, ସେଠାରେ ସେମାନଙ୍କ ଦାବୀ ଗୁଡିକ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ୧୯୯୦ ମସିହା ପରବର୍ତ୍ତୀ ସମୟରେ ଓଡିଶା ର ଉଚ୍ଚଶିକ୍ଷାର ବିକାଶ ନିମନ୍ତେ ଗଢିଉଠିଥିବା ଏହି ବର୍ଗ ର ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସରକାର ଅବହେଳା କରି ଆସୁଛନ୍ତି, ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀ ମାନେ ଦୀର୍ଘ ବର୍ଷ ରୁ ଉର୍ଧ୍ଵ ସମୟ ଧରି ୭୦ ଭାଗ ପିଲାଙ୍କୁ ଶିକ୍ଷାଦାନ କରି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ଚାକିରୀ ସର୍ତ୍ତାବଳି ପ୍ରଦାନ କରାଯାଇ ନାହିଁ କି ପେନସନ ପରିଭୁକ୍ତ କରାଯାଇ ନାହିଁ, ସେମାନଙ୍କ ପ୍ରତି ଏହା ଏକ ଅନ୍ୟାୟ ଓ ଶୋଷଣ, ବାରମ୍ବାର ସରକାରଙ୍କୁ ଏହି ଦାବୀ ସମ୍ପର୍କ ରେ ଅବଗତ କରାଯାଇ ଥିଲେ ମଧ୍ୟ କୋଣସି ସୁଫଳ ମିଳି ପାରିନାହିଁ, ନୂତନ ସରକାର ମଧ୍ୟ ଏହାର ସମାଧାନ କରାଯିବ ବୋଲି କହି ଏକ ବର୍ଷ ବିତିଯାଇଥିଲେ ମଧ୍ୟ କୋଣସି କୋଣସି ପଦକ୍ଷେପ ନେଇ ନାହାନ୍ତି, ଏଣୁ ଆଜି ସେମାନଙ୍କ ଦାବୀ ଉପରେ ପୁର୍ନବାର ଅବଗତ କରାଯାଇଛି, ଏନେଇ ଆସନ୍ତା ୧୬ ତାରିଖ ଦିନ  ଭୁବନେଶ୍ୱର ରେ ଏହି ବର୍ଗ ର ଅଧ୍ୟାପକ ଓ କର୍ମଚାରୀ ମାନେ ଆନ୍ଦୋଳନ କରିବେ, ତଥାପି ସରକାର ଦାବୀ ପୂରଣ ନ କଲେ ଆଗାମୀ ଦିନ ରେ କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି,ଏହି କାର୍ଯ୍ୟକ୍ରମ ରେ ସଂଘ ର ଜିଲ୍ଲା ଉପସଭାପତି ଦିଗାମ୍ବର ବିଷୋୟୀ, ସଂଯୁକ୍ତା ପଣ୍ଡା, ସସ୍ମିତା ସାମନ୍ତରାୟ, ଜିତେଶ ରାଓ ଦୋରା, ମାନସ ପଟ୍ଟନାୟକ, ମନୋଜ କୁମାର ତ୍ରିପାଠୀ, ପ୍ରଦୀପ କୁମାର ପରମଗୁରୁ ଓ ବିଭୁପ୍ରସାଦ ପାଢ଼ୀ ଙ୍କ ସମେତ ଜିଲ୍ଲାର ଏହି ବର୍ଗର ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ