ରାଜ୍ୟ ଖାଦ୍ୟ ସୁରକ୍ଷା କିମିଶନର ଆୟୋଗ ସଦସ୍ୟ ଝୁମ୍ପୁରା ବ୍ଲକର ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ପରିଦର୍ଶନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସରକାର ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ରେ ଶିକ୍ଷା ଗ୍ରହଣ କରୁଥିବା ପିଲା ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି। ସରକାର ଯୋଗାଉ ଥିବା ମଧ୍ୟାହ୍ନ ଭୋଜନ ଠିକ ଭାବରେ ପିଲା ମାନଙ୍କୁ ପ୍ରଦାନ କରା ଯାଉଛି କି ନାହିଁ ତା ସହିତ ତା ସହିତ ମଧ୍ୟାହ୍ନ ଭୋଜନ ର ମାନ କିପରି ରହୁଛି ତା ସହିତ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ସ୍ଥାନ ର ପରିବେଶ କିପରି ରହିଛି ତା ସହିତ ବିଦ୍ୟାଳୟ ର ପରିବେଶ ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଆୟୋଗ ସଦସ୍ୟଦୟାନିଧି ଦାସ ସକାଳ ରେ ଝୁମ୍ପୁରା ବ୍ଲକ ରେ ପହଞ୍ଚି ଥିଲେ। ବିଡ଼ିଓ ଏବଂ ସିଡ଼ିପିଓ ଙ୍କ ସହିତ ଆଲୋଚନା କରିବା ପରେ ବ୍ଲକ ର ବିଭିନ୍ନ ଗ୍ରାମରେ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ର ବିଦ୍ୟାଳୟ ତାଥା ଖାଉଟି ସାମଗ୍ରୀ ବଣ୍ଟନ କରୁଥିବା ସ୍ଥାନକୁ ପରିଦର୍ଶନ କରିଥିଲେ। ବ୍ଲକ ର ନାଗରପାଳ ଅଙ୍ଗନବାଡ଼ି କେନ୍ଦ୍ର ଠାରେ ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ତଦାରଖ କରିଥିଲେ।ସେଠାରୁ ନୟାଧନୁର୍ଜୟପୁର ଅଙ୍ଗନବାଡ଼ିକେନ୍ଦ୍ର, ନୟାଧନୁର୍ଜୟପୁର ସ୍କୁଲ, ଗଣ୍ଡବରେଇ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, ଉଖୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମା ଦୁର୍ଗା ଖାଉଟି ଯୋଗାଣ ର ଷ୍ଟକ କେନ୍ଦୁଆ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, ବାରିକ ପଞ୍ଚାୟତ ଖାଉଟି ସାମଗ୍ରୀ ଷ୍ଟକ,ବାରିଆ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଅସନପାଟ ସେବାଶ୍ରମ, କନ୍ୟାଶ୍ରମ ସମେତ ବ୍ଲକର ଅନ୍ୟ ଗ୍ରାମରେ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ଆରମ୍ଭ କରି ସ୍କୁଲ,ଖାଉଟି ଷ୍ଟକ କୁ ଯାଞ୍ଚ କରିଥିବା ଦେଖିବାକୁ ମିଳିଥିଲା। କିଛି ଅଙ୍ଗନବାଡ଼ି କେନ୍ଦ୍ର ରେ ଖାଦ୍ୟର ମାନ ଉପଯୁକ୍ତ ନଥିବା ସହିତ ପରିବେଶ ପ୍ରତି ଶିଶୁ ବିକାଶ ଅଧିକାରିଣୀ ଧ୍ୟାନ ଦେଉନଥିବା ରୁ ଅସନ୍ତୋଷ ହେବା ସହିତ କୁନି କୁନି ପିଲା ମାନଙ୍କୁ ପ୍ରତି ବିଶେଷ ଧ୍ୟାନ ନଦେଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ସୁରକ୍ଷା କିମିଶନର ଶ୍ରୀ ଦାସ କହିଛନ୍ତି। ସେହିପରି ବିଦ୍ୟାଳୟ ଓ ଖାଉଟି ସାମଗ୍ରୀ ପୁରେ ଗୁରୂତ ଦେଇଥିଲେ ପିଲା ମାନଙ୍କ ପ୍ରତି ଅବହେଳା କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯିବ ବୋଲି କହିଥିଲେ। ଶ୍ରୀ ଦାସ ଙ୍କ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ,ଖାଉଟି ସାମଗ୍ରୀ ତଦାରଖ କରିବା ସମୟରେ ଉପସ୍ଥିତ ରହିଥିଲେ ବିଡ଼ିଓ ହୃଦାନନ୍ଦ ଅଢା, ସିଡ଼ିପିଓ ମଣିମାଳା ନାଏକ, ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମିଶ୍ର, ଅତିରିକ୍ତ ଶିକ୍ଷା ଅଧିକାରୀ ମୁକୁନ୍ଦ ଚରଣ ସାହୁ, ଜିପିଓ ମାନସ ରଞ୍ଜନ ଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ରେ ମୁଖ୍ୟାଳୟ ରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ କମିଶନର ଆୟୋଗ ଦୟାନିଧି ଦାସ ଙ୍କ ସମେତ ବ୍ଲକ, ତହସିଲ,ଶିଶୁ ବିକାଶ ଉପରେ ସବିଶେଷ ଆଲୋଚନା କରିବା ସହିତ ରହିଥିବା ସମସ୍ୟା ଗୁଡିକ କିପରି ସମାଧାନ କରାଯିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।