ଗ୍ରାମ୍ୟ ରାସ୍ତା ଦେଇ ଭାରିଯାନ ଚଳାଚଳ ଉପରେ ଅଙ୍କୁଶ ଲଗାଇଲା ଗ୍ରାମ୍ୟ ଉନ୍ନୟନ ବିଭାଗ

ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ ବାଙ୍ଗୁର କ୍ରୋମାଇଟ ମାଇନ୍ସରୁ ଗ୍ରାମ୍ୟ ରାସ୍ତା ଦେଇ କ୍ରୋମାଇଟ ଵୋଝେଇ ଭାରିଯାନ ଚଳାଚଳ ଉପରେ ଅଙ୍କୁଶ ଲଗାଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆନନ୍ଦପୁରଙ୍କ ଚିଠି ନଂ ଚିଠି ସଂଖ୍ୟା ୪୪୦୪ ତା ୧୫/୭/୨୦୨୫ ରେ ଓଏମସି କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ଉକ୍ତ ଚିଠିରେ ଗହଳଡାହୀରୁ ସିଆଡିମାଲିଆ, ଧନୁର୍ଜୟପୁରରୁ ବଣିଆପଙ୍କ ଭାୟା-ପଢିଆରିପଲ୍ଲି , ନୂଆରଗୁଡିରୁ ଜଡାବାଙ୍କ, ଧନୁର୍ଜୟପୁରରୁ କୁଶଟିକିରି ଆଦି ଗ୍ରାମ୍ୟ ରାସ୍ତାରେ କ୍ରୋମାଇଟ ଵୋଝେଇ ଭାରିଯାନ ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାସ୍ତା ଗୁଡିକ ସଧାରଣ ଲୋକଙ୍କ ଯାତାୟତ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଏହି ରାସ୍ତାରେ ଭାରିଯାନ ଚଳାଚଳ କଲେ ରାସ୍ତା ଗୁଡିକ ନଷ୍ଟ ହୋଇଯିବ। ସାଧାରଣ ଲୋକମାନେ ଯାତାୟତ କ୍ଷେତ୍ରରେ ଅସୁବିଧା ଭୋଗ କରିବେ। ଏଠାରେ ସୂଚନାଯୋଗ୍ୟ ଯେ ବିଦ୍ୟାଧରପୁର ଦେଇ ଆଗରପଡା, ଭଦ୍ରକ ଦେଇ ବାଙ୍ଗୁର କ୍ରୋମାଇଟ ମାଇନ୍ସରୁ ଖଣିଜ ପଦାର୍ଥ ପରିବହନ ହୋଇଥାଏ। କିନ୍ତୁ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିଦ୍ୟାଧରପୁର ବ୍ୟାରେଜ ଟି ଦୁର୍ବଳ ହୋଇପଡ଼ିଥିବା ଦର୍ଶାଇ ତାଉପର ଦେଇ ଭାରିଯାନ ଚଳାଚଳକୁ ବନ୍ଦ କରିଥିଲେ। ସେ ଏନେଇ ବାଙ୍ଗୋର ଓଏମସିର ରିଜିଓନାଲ ମ୍ୟାନେଜରଙ୍କୁ ଚିଠି ନଂ ୧୯୩୨ ତା. ୦୭.୦୭.୨୦୨୫ ରିଖରେ ଜଣାଇବା ପରେ ଖଣି କର୍ତ୍ତୁପକ୍ଷ ଗହଳଡାହୀରୁ ସିଆଡିମାଲିଆ, ଧନୁର୍ଜୟପୁରରୁ ବଣିଆପଙ୍କ, ନୂଆରଗୁଡିରୁ ଜଡାବାଙ୍କ, ଧନୁର୍ଜୟପୁରରୁ କୁଶଟିକିରି ଆଦି ଗ୍ରାମ୍ୟ ରାସ୍ତାରେ କ୍ରୋମାଇଟ ଵୋଝେଇ ଗାଡିଗୁଡ଼ିକୁ ଚଳାଇଥିଲେ।  କିନ୍ତୁ ୩୪ନମ୍ବର ଜୋନ ର ଜିଲ୍ଲା ପରିଷଦ ତଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଏନେଇ କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝର ଏସ.ପି, ଖଣି ଉପନିର୍ଦେଶକ କେନ୍ଦୁଝର, ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପ୍ରମୁଖଙ୍କୁ ଲିଖିତ ଭାବେ ଜଣାଇ ଏହିସବୁ ରାସ୍ତାରେ କ୍ରୋମାଇଟ୍ ପରିବହନ ହେଲେ ନିର୍ମାଣ କରଯାଇଥିବା ରାସ୍ତା ଗୁଡିକ ନଷ୍ଟ ହୋଇଯିବ ଓ ସାଧାରଣ ଲୋକେ ନାନା ଅସୁବିଧା ଭୋଗିବେ ବୋଲି ଜଣାଇଥିଲେ। ଯଦି ଓଏମସି କର୍ତ୍ତୁପକ୍ଷ ବିଭାଗୀୟ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ବାଧ୍ୟ ହୋଇ ଆନ୍ଦୋଳନରେ ବସିବେ ବୋଲି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ