ନୋଡାଲ ହାଇ ସ୍କୁଲରେ “ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମ

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ହାଇ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ମେମ୍ବର ବୃନ୍ଦ, ଆସ ସ୍କୁଲ ଯିବା କମିଟି ମେମ୍ବର ବୃନ୍ଦ ଏବଂ ଛାତ୍ର ଓ ଛାତ୍ରୀଙ୍କ ମିଳିତ ସହଯୋଗରେ “ଆସ  ସ୍କୁଲ ଯିବା” କାର୍ଯ୍ୟକ୍ରମ ଉପଲକ୍ଷେ ଏକ ସଭାର ଆୟୋଜନ, ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ଓ ପଞ୍ଚସଖା ଶିକ୍ଷା ସେତୁର ସଭ୍ୟ ମୁରଲୀ ଧର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉପସ୍ଥିତି ଛାତ୍ରଛାତ୍ରୀ ବୃନ୍ଦଙ୍କୁ ସ୍କୁଲ ବାହାରେ ଥିବା ପିଲାମାନଙ୍କୁ ସ୍କୁଲକୁ ଆଣିବା ସମ୍ପର୍କରେ ଉପାଦେୟ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ହାତୀଓଟ ଅଞ୍ଚଳରେ ଯେପରି କୌଣସି ଡ୍ରପ୍‌ଆଉଟ୍ ପିଲା ରହିବେ ନାହିଁ, ସେଥିପାଇଁ ସମସ୍ତଙ୍କ ସାମୁହିକ ଉଦ୍ୟମ ପାଇଁ ଅନୁରୋଧ କରାଯାଇଥିଲା। ବୈଠକରେ ବିଦ୍ୟାଳୟର ଶିକ୍ଷକ ନିରାନନ୍ଦ ସାହୁ, ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ସୁନୀତା କୁମାରୀ ବଡ଼ଜେନା, ରମେଶ ଚନ୍ଦ୍ର ସ୍ବାଇଁ, ସମୀର କୁମାର ଦଳେଇ, ଗଣପତି ସାହୁ, ସୁଶାନ୍ତ କୁମାର ସ୍ଵାଇଁ, କର୍ମଚାରୀ ଆଶିଷ କୁମାର ପାତ୍ର ଓ ଦୀପକ କୁମାର ପ୍ରଧାନ ଉପସ୍ଥିତ ରହି ନିଜର ମତ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ