ଚୋରା ମଦ ଜବତ, ୭ ଗିରଫ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ପାର୍ବଣ ଋତୁକୁ ଆଖି ଆଗରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ଚୋରାମଦ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜକନିକା, ମାର୍ଶାଘାଇ, ଡେରାବିଶ ଓ ତାଳଚୁଆ ସାମୁଦ୍ରିକ ଥାନା ଅଧିନ ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅମରାବତୀ ଗ୍ରାମର ପ୍ରଦୀପ ପଣ୍ଡା (୩୪)ଙ୍କ ନିକଟରୁ ୨୯ ଲିଟର ଚୋରା ବିଦେଶୀ ମଦ, ଶୀଳାପୋଖରୀ ଗ୍ରାମର ଲକ୍ଷ୍ମୀ ମଣ୍ଡଳ(୩୬)ଙ୍କ ନିକଟରୁ ୩୪ ଲିଟର ଚୋରା ବିଦେଶୀ ମଦ, ବାଲିଶୁଆଁ ଗ୍ରାମର ଗଗନ ସ୍ୱାଇଁ (୪୯)ଙ୍କ ନିକଟରୁ ୨୫ ଲିଟର ଚୋରା ଦେଶୀ ମଦ, ଗୋବର୍ଦ୍ଧନପୁର ଗ୍ରାମର ସବିତା ରାଉତ(୩୬)ଙ୍କ ନିକଟରୁ ୧୮ ଲିଟର ଚୋରା ବିଦେଶୀ ମଦ, ସୁବଳ ଗ୍ରାମର ଦିଲୀପ କୁମାର ସ୍ୱାଇଁ(୪୪)ଙ୍କ ନିକଟରୁ ୨୯ ଲିଟର ଚୋରା ବିଦେଶୀ ମଦ ଏବଂ ଡେରାଢିଅ ଗ୍ରାମର ସୁବାଶ ସାହୁ(୫୫)ଙ୍କ ନିକଟରୁ ୨୪ ଲିଟର ଚୋରା ବିଦେଶୀ ମଦ ସହ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିଲା। ସେହିପରି ନେମ୍ବରା ଗ୍ରାମର ବିଶ୍ୱଜିତ ସ୍ୱାଇଁ(୪୬)ଙ୍କ ନିକଟରୁ ୩୨ ଲିଟର ବିଦେଶୀ ମଦ ଜବତ ହୋଇଥିଲା। ଏହି ଚଢ଼ାଉରେ ମୋଟ ୧୯୧ ଲିଟର ଚୋରା ମଦ ସହ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିବାବେଳେ ଏ ସଂକ୍ରାନ୍ତରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇଛି।


