ଶ୍ରୀବଳଦେବଜୀଉ ପାଲା ମଣ୍ଡଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ାର ଶ୍ରୀ ସିଦ୍ଧ ବଳଦେବଜୀଉ ପାଲା ମଣ୍ଡଳ ପକ୍ଷରୁ ଗାୟକ ଭୂଷଣ ସ୍ୱର୍ଗତ ଗୋପବନ୍ଧୁ ନାଥଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଏକଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଦୁହୁରିଆ ଯଞ୍ଜେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଦେଷ୍ଟା ଗାୟକ ଚିନ୍ମୟ ଦାଶ ସଭାପତିତ୍ୱ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସର୍ବଶ୍ରୀ ଗାୟକ ଶୁଶାନ୍ତ କୁମାର ମଲ୍ଲିକ, ଗାୟକ ସୁବାଷ ଚନ୍ଦ୍ର ଶତପଥି,ଗାୟକ ପ୍ରକୃତିବନ୍ଧୁ ଗଗନ ବିହାରୀ ସିଂହ, ଗାୟକ ଆକାଶବାଣୀ ଶିଳ୍ପୀ କ୍ଷୀରୋଦ କୁମାର ନାଥ, ଗାୟକ ଦଶରଥ ରାଉତ, ବାୟକ ବାନାମ୍ବର ଦାସ, ସୁଦର୍ଶନ ମଲ୍ଲିକ, ସଂଗୀତ ଶାରଦା ପ୍ରସନ ନାଥ, ଗଙ୍ଗାଧର ବାରିକ, କୁଳମଣି ନାୟକ, ଅକ୍ଷୟ କୁମାର ସ୍ୱାଇଁ, ଶଙ୍କର ନାଥ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାଥଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗାୟକ ରମାକାନ୍ତ ପଣ୍ଡା ବେଦପାଠ କରିିଥିଲେ। ଏହାପରେ ଗାୟକ ଭୂଷଣଙ୍କ ସ୍ୱ ଲିଖିତ ପୁସ୍ତକ ରୂ ସଂଗୀତ ପରିବେଷଣ କରାଯାଇଥିଲା। କଣ୍ଠଶିଳ୍ପୀ ଗୁରୁ ବସନ୍ତ କୁମାର ପତି, ମହେଶ୍ୱର ମଣ୍ଡଳ, କେଶବ ମହାରଣା, ତବଲା ବାଦକ ଭକ୍ତି ରଞ୍ଜନ ପ୍ରଧାନ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଗାୟକ ଶ୍ରୀଧର କୁମାର ସାହୁ କଣ୍ଠ ଶିଳ୍ପୀ ଧନ୍ୟବାଦ ଅର୍ପଣ କରିଥିଲେ।


