ହର ଘର ତିରଙ୍ଗା ଓ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜନସାଧାରଣଙ୍କ ମଧ୍ୟରେ ଦେଶଭକ୍ତି ଏବଂ ଜନ ଭାଗୀଦାରୀକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ, କେନ୍ଦୁଝର ଜିଲ୍ଲା ପ୍ରଶାସନ ସମଗ୍ର ଜିଲ୍ଲାରେ ହର ଘର ତିରଙ୍ଗା ଓ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରୁଛି। ଏହି ପରିପ୍ରେକ୍ଷୀରେ ଆଜି କଲେକ୍ଟରେଟ୍ କ୍ୟାମ୍ପସରେ ବିଭିନ୍ନ ଅଧିକାରୀ, କର୍ମଚାରୀ ଏବଂସ୍ୱେଚ୍ଛାସେବକମାନେ ଏକ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜନସାଧାରଣଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ସ୍ୱାଗତଯୋଗ୍ୟ ପରିବେଶ ସୁନିଶ୍ଚିତ କରିଥିଲେ। ଆହୁରିମଧ୍ୟ ସ୍ୱାଧୀନତା ଦିବସ ପାଳନ ଅଵ୍ୟବହିତ ପୂର୍ବରୁ କେନ୍ଦୁଝରର ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ବିଶେଷ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ଏହି ସଫେଇ କାର୍ଯ୍ୟକ୍ରମରେ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ନାଏକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାଏ, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ, ଶ୍ରୀ ଲଳିତ ନାଏକ ପ୍ରମୁଖଙ୍କ ସମେତ କେନ୍ଦୁଝରଗଡ଼ ପୌରପାଳିକାର ସମସ୍ତ ସଫେଇ କର୍ମଚାରୀ ଜପସ୍ଥିତ ଥିଲେ।
ଜିଲ୍ଲା ପ୍ରଶାସନ ତରଫରୁ ଏହି ଅଭିଯାନର ଅଂଶ ସ୍ୱରୂପ ନାଗରିକମାନଙ୍କୁ ସେମାନଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଏକତା ଏବଂ ଗର୍ବର ବାର୍ତ୍ତା ପ୍ରସାର କରିବା ପାଇଁ ତ୍ରିରଙ୍ଗା ସହିତ ସେଲ୍ଫି ଅପଲୋଡ୍ କରିବାକୁ ଅନୁରୋଧକରାଯଇଛିସୂଚନାଯୋଗ୍ୟ ଆମ କେନ୍ଦୁଝରର ସ୍ଥାନୀୟ କାରିଗରୀର ସ୍ପର୍ଶ ଯୋଡି, ମିଶନ ଶକ୍ତି ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନେ ସକ୍ରିୟ ଭାବରେ ଜାତୀୟ ପତାକା ପ୍ରସ୍ତୁତ କରୁଛନ୍ତି, ଯାହା ଦେଶପ୍ରେମ ଏବଂ ମହିଳା ସଶକ୍ତିକରଣ ଉଭୟର ପ୍ରତୀକ।କେନ୍ଦୁଝର ଜିଲ୍ଲା ପ୍ରଶାସନ ହର ଘର ତିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ପୂର୍ଣ୍ଣ ପ୍ରୟାସ ଚଳାଇବା ସହ ସ୍ୱାଧୀନତା ଦିବସ ପୂର୍ବରୁ ପ୍ରତ୍ୟେକ ଘର, କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନ ସ୍ୱାଧୀନତା ଏବଂ ପରିଷ୍କାରତାର ଭାବନା ସହିତ ପ୍ରତିଧ୍ୱନିତ କରିବା ପାଇଁ କେନ୍ଦୁଝର ଜିଲ୍ଲାବାସୀଙ୍କୁ ନିବେଦନ କରିଛି।


