ଜାତୀୟ ସେବା ଯୋଜନା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ପୋଲସରା , (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପୁରୁଷ ଓ ମହିଳା ବିଭାଗ ତରଫରୁ ଫାଇଲେରିଆ, ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ନିରାକରଣ ଓ ସଚେତନତା ସହ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ଅଗଷ୍ଟ ୧୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ମେଡ଼ିକାଲ ଅଫିସର ଡାକ୍ତର ସୟେଦ ଇକୁବଲ୍ ହୁସେନ ମୁଖ୍ୟ ଅତିଥି,  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଫିସର  ପୂଜା ପରିଡ଼ା ଆବାହକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମୀ ଅନିଲ କୁମାର ମଲ୍ଲିକ ଯୋଗଦେଇ ଫାଇଲେରିଆ, ମ୍ୟାଲେରିଆ ଓ ଡେଙ୍ଗୁ ର ନିରାକରଣ ନେଇ  ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କୁ  ସଚେତନତା କରାଇଥିଲେ। ଜାତୀୟ ସେବା ଯୋଜନା ପୁରୁଷ ବିଭାଗର ପ୍ରୋଗ୍ରାମ ଅଫିସର୍ ସେକ ଫରିଦ୍  ସଂଯୋଜନା କରିଥିଲେ।   ଜାତୀୟ ସେବା ଯୋଜନା କଲେଜ କମିଟି ସଦସ୍ୟ ତଥା  ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଓ ଅନିଲ କୁମାର ଦାସ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ପ୍ରଥମେ ଔଷଧ ସେବନ କରି ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ। ସଂପୂର୍ଣ୍ଣ ଭାବରେ ନିରୋଗୀ ରହିବା ପାଇଁ ଦୈନିକ ମୁଣ୍ଡରୁ ଝାଳ ବାହାରିବା ଭଳି ପରିଶ୍ରମ କରିବାକୁ ଡକ୍ଟର ନାୟକ ମତବ୍ୟକ୍ତ କରିଥିଲେ।  +୨  ଓ +୩ ବିଭାଗର ବହୁ ଛାତ୍ରଛାତ୍ରୀ ଯୋଗଦେଇ  ଔଷଧ ସେବନ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ ଅଧ୍ୟାପକ ଲିପିନାଥ ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ