ସଂସ୍କୃତ ଦିବସ ପାଳନ ସମାରୋହ
ହାଟଡିହି (ଓ୍ବାଇଏନଏସ) : ଅନନ୍ତ ବାସୁଦେବ ସଂସ୍କୃତ ବିଦ୍ୟାପୀଠ, ବିଷ୍ନୁପୁର ଠାରେ ସପ୍ତାହ ବ୍ୟାପି ସଂସ୍କୃତ ଦିବସ ପାଳନ ହୋଇଛି । ସଂସ୍କୃତ ଦିବସ ଉପଲକ୍ଷେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତ ଶ୍ଳୋକ, ସଂସ୍କୃତଗୀତା, ସଂସ୍କୃତଗିତ, ସଂସ୍କୃତ ଅନୁବାଦ ଏଵଂ ସଂସ୍କୃତ ଭାଷଣ ଆଦି ପ୍ରତି ଯୋଗୀତା ଅନୁଷ୍ଠିତ ହୋଇଥିଲା। ଆଜିର ସଭାରେ ପ୍ରଧାନ ପଣ୍ଡିତ ଶ୍ରୀଯୁକ୍ତ ବିମ୍ବାଧର ମିଶ୍ର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ସଭାକୁ ସହକାରୀ ଶିକ୍ଷକ ହଳଧର ପ୍ରଧାନ,ଅରୁଣ କର, ଭାଗିରଥି ଚଇନ, କ୍ଷୀରୋଦ ବାଳା ଦ୍ବିବେଦୀ, ପ୍ରଜ୍ଞାପରମିତା ଦ୍ବିବେଦୀ ପରିଚାଳନା କରିଥିଲେ ।