’ସିବନାମ’ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଟକ, (ଓ୍ବାଇଏନଏସ):  ଆଜି ମଧ୍ୟାହ୍ନ ରେ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-କଟକ-୧ଓ ସିଡିଏ ବରିଷ୍ଠ ନାଗରିକ ମହାସଂଘ(ସିବନାମ)ର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ଆନନ୍ଦ ବଲ୍ଳଭ ପାଣ୍ଡେ ଓ ସିବନାମ ର ମହାସଚିବ ତଥା ବରିଷ୍ଠ ରେଳ ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ ଉପସ୍ଥିତ ବରିଷ୍ଠ ନାଗରିକ ଓ ବିଦ୍ୟାଳୟ ର ଛାତ୍ର/ଛାତ୍ରୀ ମାନଙ୍କ ଗହଣ ରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ବୃକ୍ଷ ରୋପଣ କରିଥିଲେ । ଏହି ଉତ୍ସବ ରେ ସିବନାମ ର ମୁଖ୍ୟ ଉପଦେଷ୍ଟା ଆଇନଜୀବି ଧରଣୀ ପଟ୍ଟନାୟକ, ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ର, ଉପ-ସଭାପତି ପ୍ରାକ୍ତନ ଚିତ୍ର-କଳା ଅଧ୍ୟାପକ କେନ୍ଦ୍ରୀୟ ବିଦ୍ୟାଳୟ-କଟକ-୨ର ନକୁଳ ଚନ୍ଦ୍ର ମହାରଣା, ସିବନାମ ର ଉପାଧକ୍ଷ ବିଜୟ କୁମାର ପାତ୍ର, ବିଚିତ୍ରାନନ୍ଦ ପ୍ରଧାନ, ପ୍ରାକ୍ତନ ଡ଼ି. ଏସ. ପି. ସରୋଜ କୁମାର ରାୟ, ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ, କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ସୁବ୍ରତ କୁମାର ସାମଲ,ଓ ବିଦ୍ୟାଳୟ ର ଛାତ୍ର/ଛାତ୍ରୀ ମାନେ ଆନନ୍ଦ, ଉଲ୍ଲାସ ଓ ଆଗ୍ରହ ସହକାରେ ବୃକ୍ଷ ରୋପଣ କରିଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ପାଣ୍ଡେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ