ୟୁଟ୍ୟୁବ ଦେଖାଇଲା ରୋଜଗାର ବାଟ
କେନ୍ଦୁଝର (ପୁର୍ଣ୍ଣଚନ୍ଦ୍ର ମହାନ୍ତ): ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ଚାଲିଆସେ। ବିନା ଗୁରୁରେ ଜଣେ ଶିଳ୍ପୀ ଆଜି ନିଜକୁ ଆତ୍ମନିର୍ଭରଶୀଳ କରିବା ସହିତ ତାଙ୍କ ହାତରେ କି ଯାଦୁ ରହିଛି ଯେ ନିମିଷକେ ମୂର୍ତ୍ତି ଗଢି ଠିଆ କରି ଲୋକଙ୍କୁ ଚକିତ କରୁଛନ୍ତି। ପିଲା ବେଳୁ ମାଟିରେ ଭଳିକି ଭଳି ମାଟି କଣ୍ଢେଇ ନିର୍ମାଣ କରି ପାରୁଥିଲେ। କିନ୍ତୁ ପରିବାର ଲୋକ ଚାହୁଁ ଥିଲେ ଭଲ ପାଠ ପଢାଇବା ପାଇଁ। କିନ୍ତୁ ପିଲାର ପାଢ ପଢାରେ ବେଶି ମନ ନଦେଇ ସେ କିପରି ମୂର୍ତ୍ତି କାରିଗର ହେବେ ସେହି ଆଗ୍ରହ ଅଧିକ ଥିଲା ଝୁମ୍ପୁରା ବ୍ଲକ ଉଖୁଣ୍ଡା ସାହୁ ସାହିର ମହେନ୍ଦ୍ର ନାଏକ ଙ୍କ ପୁଅ ସିପୁନ ନାଏକ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ସେତିକି ରେ ପାଠ ପଢା ବନ୍ଦ କରି ବାହାଘର ରେ ଚିତ୍ର ନିର୍ମାଣ କରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଛବି ଆଙ୍କି ଜନସାଧାରଣ ଙ୍କ ନିକଟତର ହୋଇଥିଲେ। ତା ହାତରେ ତିଆରି ଚିତ୍ର ପରା ଜୀବନ୍ତ ପରି ଲାଗୁଥିବା ରୁ ବିଭିନ୍ନ ସ୍ଥାନରୁ ଚିତ୍ର ଆଙ୍କିବା ପାଇଁ ତାଙ୍କ ପାଖକୁ ଲୋକଙ୍କ ସୂଅ ଛୁଟିଥାଏ। ସିପୁନ ପୂଜା ସମୟ ଆସିଗଲେ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ବର୍ଷ ର ଯେଉଁ ସମୟରେ ଯେଉଁ ପୂର୍ବ ଆସେ ସେହି ସମୟରେ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ପୂଜା କମିଟି ତରଫରୁ ବିନା ଆସିଥାଏ। ବିଶେଷ କରି ଗଣେଶ ପୂଜା ରେ ତାଙ୍କ ପାଖକୁ ଅଧିକରୁ ଅଧିକ ମୂର୍ତ୍ତି ନିର୍ମାଣ କରିବା ପାଇଁ କମିଟି ମାନଙ୍କ ଗହଳି ଲାଗି ରହିଥିବା। ସୁମିତ ମୂର୍ତ୍ତି ଗଢିବା ପାଇଁ କାହାକୁ ଗୁରୁ କରି ନାହାନ୍ତି। ପୂର୍ବରୁ ପାଖରେ ମୋବାଇଲ ନଥିବାରୁ ସାଙ୍ଗ ମାନଙ୍କ ମୋବାଇଲରେ ମୂର୍ତ୍ତି ଗଢିବା ର କୌଶଳ ଦେଖୁଥିଲେ ଏବଂ ତିଆରି କରୁଥିଲେ। ପୁଅର ମୂର୍ତ୍ତି ଗଢିବାର ଆଗ୍ରହ ଦେଖି ତା ବାପା ମୋବାଇଲ କିଣି ଦେଇଥିଲେ। ସେହି ଦିନ ଠାରୁ ସେ ଆଉ ପଛକୁ ଫେରି ନାହାନ୍ତି। ଆଜକୁ ୫ ବର୍ଷ ରୁ ଉର୍ଦ୍ଧ୍ୱ ହେବ ବର୍ଷ ର ସବୁ ସମୟରେ ମୂର୍ତ୍ତି ଗଢି ନିଜର ପରିଚୟ ସୃଷ୍ଟି କରିବା ସହିତ ନିଜେ ନିଜକୁ ଆତ୍ମନିର୍ଭରଶୀଳ କରି ପାରିଛନ୍ତି। ଚଳିତ ବର୍ଷ ଗଣେଶ ପୂଜା ପାଇଁ ଅନେକ ଅଡର ପାଇଛନ୍ତି।


