ହତ୍ୟାଉଦ୍ୟମ ଅଭିଯୋଗରେ ତିନି ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଦିଗପହଣ୍ଡି ଥାନା ଅନ୍ତର୍ଗତ ଝରିପଦର ଗ୍ରାମରେ ପୈତୃକ ସମ୍ପତ୍ତି ବିବାଦକୁ  ନେଇ ସ୍ବାମୀ – ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।ଗ୍ରାମର ଏନ. ସୁଲଭ ରେଡ୍ଡୀ ଏବଂ ତାଙ୍କ ସ୍ବାମୀ ଏନ୍. ରାମ ରେଡ୍ଡୀ ଏକ ଜଳଖିଆ ଦୋକାନରେ କାମ କରୁଥିବା ସମୟରେ ଗତ ଶୁକ୍ରବାର ରାତିରେ ଗ୍ରାମର ଏନ୍. ଅଭି ରେଡ୍ଡୀ, ଏନ୍. ଲବ ରେଡ୍ଡୀ ଏବଂ ଏନ୍. ଘନ ରେଡ୍ଡୀ  ୩ ଜଣ   ସଂଘବଦ୍ଧ ଭାବେ ଦୁହିଁଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡିଛି।ଆକ୍ରମଣରେ ରାମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସୁଲଭଙ୍କୁ ଟଣାଓଟରା ସହ ମାଡ ମରାଯାଇଥିବା ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଭିତ୍ତିରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଦିଗପହଣ୍ଡି ଥାନା ମାମଲା ସଂଖ୍ୟା ୩୦୪/୨୫ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି।କୋର୍ଟରେ ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହୋଇ ଯିବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
   	
 
             
						 
						 
						 
						 
						 
						
