ହାତୀ ମାନଙ୍କ ପାଇଁ ରାତି ଉଜାଗର ହେଉଛନ୍ତି ଜନସାଧାରଣ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ) : ଝୁମ୍ପୁରା ବ୍ଲକ ଉଖୁଣ୍ଡା ବନାଞ୍ଚଳରେ ଏକ ସପ୍ତାହ ହେଲା ୩୦ ଟିକିଆ ହାତୀ ପଲ  ସହିତ ଗୋଟାଏ ଗୋଠ ଛଡ଼ା ଦନ୍ତାହାତୀ ରହି ପ୍ରତିଦିନ କ୍ଷୟକ୍ଷତି କରି ଚାଲିଥିଲେ ମଧ୍ୟ ହାତୀ ମାନଙ୍କୁ  ସଂପୂର୍ଣ୍ଣ ଭାବରେ ଘୋଉଡାଇବା ଦିଗରେ ବନ ବିଭାଗ ସକ୍ଷମ ହୋଇପାରୁ ନାହିଁ। ଯାହା ଫଳରେ ପ୍ରତି ଦିନ ଗୋଠ ଛଡ଼ା ଦନ୍ତାହାତୀ ସମେତ ଅନ୍ୟ ୩୦ ଟିକିଆ ହାତୀ ପ୍ରତିଦିନ ଚାଷୀ ମାନଙ୍କ ର ଫସଲ ନଷ୍ଟ କରୁଥିବା ଚାଷୀ ମାନଙ୍କ ତରଫରୁ ଅଭିଯୋଗ ହେଉଛି। ହାତୀ ଗୁଡିକ ଉଖୁଣ୍ଡା ବନାଞ୍ଚଳ ର କଞ୍ଚନଡୁମୁରିଆ ,ରାଧିକାଦେଇପୁର, କୁଟୁପଶି ,ଜାଲି,  ନିଶ୍ଚିନ୍ତପୁର , ଭୂଇଁପୁର ନିକଟରେ ରହିଥିବା ଜଙ୍ଗଲରେ ହାତୀ ମାନେ ଆଶ୍ରୟ ନେଇଛନ୍ତି। ସଂଧ୍ୟା ହେଲେ ହାତୀ ମାନେ ଜଙ୍ଗଲ ରୁ ବାହାରି ଆସି ଚାଷୀ ମାନଙ୍କ  ବିଲରେ ହୋଇଥିବା ଚାଷ ଜମି କୁ ପଶି ଯାଇ ମନ ଇଚ୍ଛା ଧାନ ଖାଇବା ସହିତ  ଚାଷୀ ମାନଙ୍କ ବାଡି ବଗିଚା ରେ ହୋଇଥିବା ପନିପରିବା ଚାଷ କୁ ଖାଇବା ସହିତ ପାଦରେ ଦଳି ଚକଟି ନଷ୍ଟ କରି ଦେଉଛନ୍ତି। ଚାଷୀ ମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ମାଟି କାଦୁଅର ଦିନ ତମାମ କାଟୁଛନ୍ତି ଫସଲ ଅମଳ କରିବା ପାଇଁ। ହେଲେ ହାତୀ ମାନେ ଚାଷୀ ମାନଙ୍କ ପାଇଁ   ଫସଲକୁ ମାଟିରେ ମିଶାଇ ହେଉଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ଶନିବାର ରାତିରେ ୩୦ ଟିକିଆ ହାତୀ ପଲ କୁଟପଶି ଗ୍ରାମର ଲକ୍ଷ୍ମୀଧର ମହାନ୍ତ,ଯୁଗେଶ୍ବର ମହାନ୍ତ, ଡମ୍ବରୁଧର ମହାନ୍ତ ଙ୍କ ଧାନ ବିଲରେ ପଶି ମନଇଚ୍ଛା ଖାଇବା ସହିତ ପାଦରେ ଦଳି ଚକଟି ଦେଇଥିବା ଦେଖିବାକୁ ମିଳିଛି। ସେହି ପରି ଗୋଠ ଛଡ଼ା ଦନ୍ତାହାତୀ ସେହିପରି ଗ୍ରାମର  ରବି ମହାନ୍ତ ଓ ନରୋତ୍ତମ କାରୁଆ ଙ୍କ ଘର ଭାଙ୍ଗିଥିବା ଜଣା ଯାଇଛି। ଗ୍ରାମବାସୀ ରାତି ତମାମ ଅନିଦ୍ରା ହୋଇ  ବାଜା ବାଣ ଫୁଟାଇବା  ଦନ୍ତାକୁ ଘୋଡାଇବାକୁ ସକ୍ଷମ ହୋଇଛନ୍ତି। ହାତୀ ଆସିବା ଦିନ ପର ଠାରୁ ଜଙ୍ଗଲ ପାର୍ଶ୍ବ ରେ ରହିଥିବା ଗ୍ରାମ ଗୁଡ଼ିକ  ରାତି ଅନିଦ୍ରା ହୋଇ ରହୁଛନ୍ତି ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ