ଠାକୁରହାଟ ବଜାରରୁ ସିରିଜ ଚୋରି:୪ଦୋକାନରୁ ତାଲା ଭାଙ୍ଗି ଲୁଟ୍
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଠାକୁରପାଟଣାରେ ଶନିବାର ରାତିରେ ସିରିଜ ଚୋରି ହୋଇଛି। ଚୋର ଦଳ ଗୋଟିଏ ରାତିରେ ୪ଟି ଦୋନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଲୁଟି ନେଇଛନ୍ତି। ଏ ନେଇ ବ୍ୟବସାୟୀମାନେ ରବିବାର କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଛନ୍ତି। ପହଲ୍ଲାଦ ଗେରୁଙ୍କ ମେସିନ ସାମଗ୍ରୀ ଦୋକାନ, ଲକ୍ଷ୍ମୀଧର ବେହେରାଙ୍କ ପାନ ଦୋକାନ, ଗୋବିନ୍ଦ ଚନ୍ଦ୍ର ଗେରୁଙ୍କ ରାସନ ଦୋକାନ, ଦାମୋଦର ବାରିକଙ୍କ ଜଳଖିଆ ଦୋକାନ ପ୍ରଭୃତିରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସର ସୂଚନା ଅନୁଯାୟୀ ଚୋର ଦଳ ଠାକୁରହାଟ ବଜାରରୁ ଚୋରି କରିବା ପାଇଁ ଯୋଜନା କରିଥିଲେ। ଶନିବାର ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ବ୍ୟବସାୟୀମାନେ ଶୀଘ୍ର ଦୋକାନ ବନ୍ଦ କରି ପଳାଇଥିଲେ। ଯାହା ଫଳରେ ଚୋରଙ୍କୁ ମୌକା ମିଳିଲା ଦୋକାନ ତାଲା ଭାଙ୍ଗି ଲୁଟିବା ପାଇଁ। ତଥାପି ଏ ନେଇ ଆମେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛୁ। ଖୁବଶୀଘ୍ର ଚୋରମାନେ ଗିରଫ ହେବ ବୋଲି ସଦର ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି।


