ରାସ୍ତା ଅବସ୍ଥା ଶୋଚନୀୟ : ୮ ବର୍ଷ ଧରି କଷ୍ଟ ଭୋଗୁଛନ୍ତି ଡଙ୍ଗରିଆ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ):ନିୟମଗିରିକୁ ରାସ୍ତା ହେବ ଲୋକେ ଭକଲରୀ ଯାତାୟତ କରିବେ କିନ୍ତୁ ଅଧାରେ ଛାଡି ଠିକାଦାର ଚାଲିଗଲା ଆରଡ଼ି ବିଭାଗ ଜଳକା ହୋଇ ପଡିଛି। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ବହୁ ଚର୍ଚ୍ଚିତ ପାର୍ଶାଲି ପଞ୍ଚାୟତ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗତ ଚାରିବର୍ଷ ପୂର୍ବେ ପାର୍ଷାଲି ଠାରୁ ସାନ ଡେଙ୍ଗଲେଲି ଓ ବଡ଼ ଡେଙ୍ଗଲେଲି ଯିବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ସାମିଲ ହୋଇଥିଲା। ସାନ ଡେଙ୍ଗଲେଲି ଠାରୁ ବଡ଼ ଡେଙ୍ଗଲେଲି ପର୍ଯ୍ୟନ୍ତ ମାତ୍ର ଗୋଟିଏ କିମି ରାସ୍ତା କାର୍ଯ୍ୟ ନକରି ଠିକାଦାର ଛାଡି ଦେଇ ଚାଲି ଯାଇଥିଲେ ମଧ୍ୟ ବିଭାଗ ର ଅଧିକାରୀମାନେ କାହଁକି ଚୁପ ବସିଛନ୍ତି ବୋଲି ଜିଲାପାଳ ଗସ୍ତ ସମୟରେ ଆଶୁତୋଷ କୁଲକର୍ଣ୍ଣି ଆରଡ଼ି ବିଭାଗ ଉପରେ ବିଗିଡି ଯଥା ଶୀଘ୍ର କାର୍ଯ୍ୟ ଶେଷ କରିବା ପାଇଁ କଡା ନିର୍ଦେଶ ଡ୍ରାଇଥିଲେ। ଉକ୍ତ ସ୍ଥାନରେ ପ୍ରାୟ ଆଠ ବର୍ଷ ପୂର୍ବେ ରାସ୍ତା କାର୍ଯ୍ୟକୁ ବିରୋଧ କରି ମାଓବାଦୀ ମାନେ ଜେସିବି, ରୋଲର, ପାଣିଟାଙ୍କି ପୋଡି ଦେଇଥିବାରୁ ସେଠାରେ କାର୍ଯ୍ୟ ବନ୍ଦ ରହିଥିଲା।ସେତେବେଳ ଠାରୁ ଆଜିଯାଏ କାର୍ଯ୍ୟ ହୋଇ ପାରିଲା ନାହିଁ। ଯାହା ଫଳରେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ଡଙ୍ଗରିଆ ମାନେ ନାହିଁ ନଥିବା ଆଦୁଵିଧାରେ ସମୁଖନ ହେଉଛନ୍ତି। ପାର୍ଷାଲି ଠାରୁ ସାନ ଡେଙ୍ଗଲେଲି ଓ ବୁଡୁଣି ଠାରୁ ଗୁମା ଯାଏ ରାସ୍ତା ନିର୍ମାଣ କରିବା ସମୟରେ ଆରଡ଼ି ବିଭାଗ ଉକ୍ତ ରାସ୍ତା କରିବା କଥା। କିନ୍ତୁ ଆଜିଯାଏ ହୋଇନଥିବାରୁ ଗୋଟିଏ କିମି ଅଧାରେ ମାଟି କାଦୁଅ ଅବସ୍ଥା ରେ ପଡି ରହିଛି। ରୋଗୀ, ଗର୍ଭବତୀ ମହିଳା, ଶିଶୁ ଓ ମହିଳା ମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜୀବକୁହେ ଲେ ନାହିଁ ନଥିବା ଅସୁବିଧା ସମୁଖୀନ ହେବାକୁ ପଡୁଛି ବୋଲି ଡାଙ୍ଗରିଆ ମାନେ ଅଭିଯୋଗ କରିଛନ୍ତି। ଏଣୁ ବିଭଗୀୟ ଅଧିକାରୀ ଦୃଷ୍ଟି ଡରି ପିଚୁ ରାସ୍ତା କରିବା ପାଇଁ ଦାବି ହୋଇଛି।


