ଗଣପତିଙ୍କ ପୂଜାର୍ଚ୍ଚନା ଲାଗି ଚଳଚଞ୍ଚଳ ପୁରପଲ୍ଲୀ : ଝଲସି ଉଠୁଛି ପୂଜା ମଣ୍ଡପ
ଛତ୍ରପୁର, (ଓ୍ବାଇଏନଏସ): ଆଜି ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ପୁରଠୁ ପଲ୍ଲୀ ସବୁଠି ଉତ୍ସାହର ମାହୋଲ। ଚଳଚଞ୍ଚଳ ପୁରପଲ୍ଲୀ। ବେଶ ଧୁମଧାମର ସହ ପାଳନ ହେଉଛି ଗଜାନନଙ୍କ ପୂଜା। ମଣ୍ଡପ ଗୁଡିକୁ ଆଲୋକମାଳାରେ ସଜାଯାଇଛି। ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ଗିଲଟି ପେଟା, ଗୋପବନ୍ଧୁନଗର, ଶ୍ରୀନଗର ସମେତ ବିଭିନ୍ନ ସାହି ରେ ପ୍ରଭୂ ଶ୍ରୀ ଗଣେଶପୂଜା କରାଯାଇଛି ।ଏହା ସହିତ ଛତ୍ରପୁର ପ୍ରେସ କ୍ଳବ, ଆନ୍ତର୍ଜାତିକ ମାର୍କା ୟୁରୋ ସ୍କୁଲ, ଶ୍ରୀରାମ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ଆରମ୍ଭ କରି ନିଜ ନିଜ ଘରେ ମଧ୍ୟ ବିଦ୍ୟାଦାତା ଗଣେଶଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଛନ୍ତି ଛାତ୍ରଛାତ୍ରୀ। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସାହି ମଣ୍ଡପ ଗୁଡ଼ିକରେ ପୂଜାର ଆୟୋଜନ ହୋଇଛି। ବେଶ ସୁନ୍ଦର ଭାବେ ଆଲୋକ ଶଯ୍ୟା ସହ ସଜା ହୋଇଛି ସମସ୍ତ ତୋରଣ। ମଣ୍ଡପରେ ପୂଜା ପାଇଛି ଗଜାନନଙ୍କ ପ୍ରତିମୂର୍ତ୍ତି । ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁରୁ ସହର ଯାଏ ଉତ୍ସବମୁଖର ହୋଇ ଉଠିଛ।


