ବିଦ୍ୟୁତ ସଂକୂଳ ଅବସ୍ଥାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକୁ ସୁରକ୍ଷା ଦେବା ଦିଗରେ ବିଦ୍ୟୁତ ବିଭାଗ ଗୁରୁତ୍ବ ଦେଉନଥିବାରୁ ଅନେକ ସମୟରେ ଟ୍ରାନ୍ସଫର୍ମର ଗୁଡିକ ଅକାମି ହୋଇଯାଇଛି ଯାହା ଫଳରେ ବିଦ୍ୟୁତ ଉପରେ ନିର୍ଭର କରୁଥିବା ଜନସାଧାରଣ ଦିନ ଦିନ ଧରି ଅନ୍ଧାରରେ ରହୁଥିବା ଦେଖିବାକୁ ମିଳୁଛି। ବିଦ୍ୟୁତ ଟ୍ରାନ୍ସଫର୍ମର ଚାରିପାଖକୁ ସଫା ସୁତୁରା କରା ଯାଉ ନଥିବାରୁ ଟ୍ରାନ୍ସଫର୍ମର ଚାରି ପାଖରେ ଲଟା ବୁଦା ମାଡି ଯାଉଛି ଯାହା ଫଳରେ କେତେ ବେଳେ ବି ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ କଞ୍ଚନଡୁମୁରିଆ ଗ୍ରାମବାସୀ ଙ୍କୁ ବିଦ୍ୟୁତ ଆଲୁଅ ଯୋଗାଇବା ପାଇଁ ଲାଗିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଟି ଉପରେ ଲଟା ବୁଦା ମାଡି ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଟ୍ରାନ୍ସଫର୍ମର ଉପର ପର୍ଯ୍ୟନ୍ତ ମାଡି ଯାଇଥିବା ଲଟା ବୁଦା କୁ ସଫା କରିବା ଦିଗରେ ଆଦୌ ଗୁରୁତ୍ୱ ଦେଉ ନଥିବା ଦେଖିବାକୁ ମିଳିଛି। ଟ୍ରାନ୍ସଫର୍ମର ଚାରି ପାଖରେ ଲଟା ମାଡି ଯାଇଥିବାରୁ ପବନ କିମ୍ବା ବର୍ଷା ହେଲେ ଅନେକ ସମୟରେ ଲାଇନ ଠିକ ଭାବରେ ଯାତାୟତ କରେ ନାହିଁ ଅନେକ ସମୟରେ ବଲ ଗଡିକ ଦପ ଦପ ହୋଇଥିଲା ଜଳିଥାଏ। ବିଦ୍ୟୁତ ଟ୍ରାନ୍ସଫର୍ମର ଚାରି ପାଖରେ ରହିଥିବା ଲଟା ବୁଦା କୁ ସଫା କରିବା ପାଇଁ ବିଦ୍ୟୁତ ବିଭାଗର ଅଧିକାରୀ ମାନଙ୍କୁ ୧୮ ନମ୍ବର ଜିଲା ପରିଷଦ ସଭ୍ୟ ରାଧାକାନ୍ତ ନାୟକ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଟ୍ରାନ୍ସଫର୍ମର ଚାରି ପାଖରେ ରହିଥିବା ଲଟା ବୁଦା କୁ ସଫା କରିବା ଦିଗରେ ଗୁରୁତ୍ବ ଦେଉ ନଥିବା ଦେଖିବାକୁ ମିଳିଛି। ବିଦ୍ୟୁତ ଟ୍ରାନ୍ସଫର୍ମର କୌଣସି କାରଣରୁ ଲଟା ବୁଦା ଚାର୍ଜ ହୋଇଗଲେ ଧନ ଜୀବନ ହାନୀ ହେବାର ସମ୍ଭାବନା ରହିଛି।ଏହି ବିଦ୍ୟୁତ ଟ୍ରାନ୍ସଫର୍ମର ରୁ କିଛି ଅଘଟଣ ଘଟିବା ପୂର୍ବରୁ ବିଦ୍ୟୁତ ବିଭାଗର ଅଧିକାରୀ ମାନେ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଦାବି ହେଉଛି। ଟ୍ରାନ୍ସଫର୍ମର ଚାରି ପାଖରେ ରହିଥିବା ଲଟା ବୁଦା କୁ ସଫା କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ