ଜଗନ୍ନାଥ କ୍ଲବ ତରଫରୁ ପ୍ରଭୁ ଶ୍ରୀଗିରିଜାନନ୍ଦନଙ୍କ ପୂଜା

କଟକ, (ଓ୍ବାଇଏନଏସ): ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ । ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗିରିଜାନନ୍ଦନଙ୍କ ପୂଜା । ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଇଥାଏ । କଟକ କାଫଲା ବଜାର, ଜଗନ୍ନାଥ ସାହିର ଜଗନ୍ନାଥ କ୍ଲବ ତରଫରୁ ପ୍ରତିବର୍ଷ ନିଆରା ଭାବେ ପ୍ରଭୁ ଗଜାନନଙ୍କ ପୂଜା ପାଳନ କରି ଆସୁଛନ୍ତି। ଏହି ପୂଜା ବହୁ ଆଡ଼ମ୍ଭର ସହ ଧୁମଧାମରେ ପାଳିତ ହୋଇଯାଇଛି। ଏହି ପୂଜାରେ ମୁଖ୍ୟ କର୍ତ୍ତା ଭାବେ ଜ୍ଞାନ ରଞ୍ଜନ ସାହୁ ପୂଜାରେ ବସି ପୂଜା ସମ୍ପର୍ଣ୍ଣ କରିଥିବା ବେଳେ କ୍ଲବର ଅନ୍ୟ ସଦସ୍ୟ ମାନେ ବିଭିନ୍ନ କାର୍ଯ୍ୟରେ ଯୋଗଦାନ ଦେଇଥିଲେ। ବିଘ୍ନ ହରତା ପ୍ରଭୁ ଗଣେଶଙ୍କ ପୂଜା ସକାଳେ ୧୧ ଟାରେ ଆରମ୍ଭ ହୋଇଥିବା ବେଳେ ୨ଟା ବେଳେ ପୂଜା ଶେଷ ହୋଇଥିଲା। ଏହି ପୂଜାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସମସ୍ତ ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀ ଗଣେଷଙ୍କୁ ସ୍ୱାଗତ କରିବା ସହ ପୂଜାର୍ଚନା କରି ପ୍ରଭୁ ଗଜାନନଙ୍କ ଆଶୀର୍ବାଦ ଲାଭ କରିଥିଲେ। ସଂଧ୍ୟାରେ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିଥିଲେ। ଏହି କ୍ଲବର ସଦସ୍ୟ ଆୟୁଷ୍ମାନ ପ୍ରଧାନ, ସନ୍ଦୀପ ସାହୁ, ଆଶୁତୋଷ ବାରିକ, ସ୍ମୃତି ରଞ୍ଜନ ମହାଳି, ବିଶ୍ୱଜିତ ବେହେରା, ଆଦର୍ଶ ପ୍ରଧାନ, ଜ୍ୟୋତି ରଞ୍ଜନ ସାହୁ, ସୁନୀଲ ସାହୁ ଓ ଓମ ସାହୁ ପ୍ରମୁଖ ଯୋଗଦାନ କରି ପ୍ରଭୁ ଗଜାନନଙ୍କ ଆଶୀର୍ବାଦ ଲାଭ କରିବା ସହ ସମସ୍ତ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ