ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଅଗ୍ରପୂଜ୍ୟଙ୍କୁ ଆବାହନ

 ଖଲ୍ଲିକୋଟ (ଓ୍ବାଇଏନଏସ) : ଧାରବତରଣ କରିଛନ୍ତି ଅଗ୍ରପୂଜ୍ୟ ଶ୍ରୀଗଣେଶ । ବିଦ୍ୟା, ବୁଦ୍ଧି, ସିଦ୍ଧିଦାତା ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପରିସର । ଉତ୍ସାହ ଉଦ୍ଦୀପନାର ସହ ଭାଦ୍ରବ ଶୁକ୍ଳ ଚତୁର୍ଥୀ ତଥା ବୁଧବାର ଦିନ ଭକ୍ତିପୂତ ପରିବେଶ ମଧ୍ୟରେ ବିଦ୍ୟାଦାତା ଶ୍ରୀଗଣେଶଙ୍କ ପୂଜା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣା ତଥା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଲିକଙ୍କ ଉତ୍ସାହ ତଥା ଆଇ. କ୍ୟୁ. ଏସ. ସି. ସଂଯୋଜକ ଡ. ଗୌତମ ସାବତଙ୍କ ପୌରୋହିତ୍ୟରେ ଆୟୋଜିତ ସିଦ୍ଧିଦାତା ଶ୍ରୀଗଣେଶଙ୍କ ପୂଜା ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ ପୂର୍ବକ ହୋମ, ପୁଷ୍ପାଞ୍ଜଳି, ମଙ୍ଗଳଆଳତୀ ସହ ବିଶ୍ୱବିଦ୍ୟାଳୟ ଓ ବିଦ୍ୟାର୍ଥୀଙ୍କ ମଙ୍ଗଳ ବିଧାନ ନିମନ୍ତେ କାମନା କରାଯାଇଥିଲା l ଶେଷରେ ପ୍ରସାଦ ବଣ୍ଟନ କରାଯାଇଥିଲା। ପୂଜା ଅବସରରେ ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ, ଡ. ଯତୀନ ବିଷୋୟୀ, ଡ. ବିଭୁ ପ୍ରସାଦ ସାହୁ, ଡ. ପ୍ରଣତି ରଥ, ଡ. ସୁଶୀଲ କୁମାର ରାଠୋର,ଡ. କିଶୋର କୁମାର ବେହେରା,ଡ. ମନୋରଞ୍ଜନ ବିଷୋୟୀ, ଅଧ୍ୟାପକ ରଞ୍ଜନ କୁମାର ବେହେରା, ଅଧ୍ୟାପିକା ସ୍ବର୍ଣ୍ଣଲତା ବିଷୋୟୀ, ଅଧ୍ୟାପକ ପିଙ୍କୁ ସାହୁ ଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିବା ସହ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ବିଶ୍ୱବିଦ୍ୟାଳୟ ବହୁ ଛାତ୍ରଛାତ୍ରୀ ମଧ୍ୟ ପୂଜା କାର୍ଯ୍ୟ ପରିଚାଳନା ରେ ସହଯୋଗ କରିବା ସହ ଅନୁଷ୍ଠାନର ମଙ୍ଗଳ କାମନା ନିମନ୍ତେ ସମବେତ ପାର୍ଥନା ବିଦ୍ୟାଦାତା ବିଘ୍ନବିନାଶକ ଶ୍ରୀଗଣେଶଙ୍କ ନିକଟରେ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ