ତିରୁଣା ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତିରୁଣାସ୍ଥିତ ଇନ୍ଦିରା ସ୍ମାରକୀ ଯୁବକ ସଂଘ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବା ଜଣାଯାଇଛି। ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ।ତାଙ୍କ ସହିତ ସମାଜସେବୀ ଚିଚିତ୍ର କୁମାର ପଣ୍ଡା, ପ୍ରାକ୍ତନ ପ୍ରାଣୀ ଚିକିତ୍ସକ ଯୁଧିଷ୍ଠିର ସ୍ୱାଇଁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବଂଶୀଧର ଦାସ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ତ୍ରିଲୋଚନ ବେହୁରା, ସବୁଜସେନା ଆବାହକ ବିଭୂତି ଭୂଷଣ ତ୍ରିପାଠୀ, ସମାଜସେବୀ ବିଦ୍ୟାଧର ନାୟକ, ସୁକାନ୍ତ କୁମାର ନାୟକ, କୃଷ୍ଣଚନ୍ଦ୍ର ନାୟକ, ସମ୍ବିତ ବେହୁରା, ବିଜେପି ନାଉଗାଁ ମଣ୍ଡଳ ସଭାପତି ନିଗମାନନ୍ଦ ପରିଡା, ମଳୟ ରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପରେ ଅତିଥିମାନେ ଯୁବକ ସଂଘର ସ୍ୱେଚ୍ଛାସେବୀମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। କ୍ଲବର ଉପଦେଷ୍ଟା ପ୍ରତାପ ଚନ୍ଦ୍ର ବେହୁରା, ବ୍ଲକର ସଭାପତି ରାଜେଶ ବେହୁରା, କାର୍ଯ୍ୟକାରୀ ସଂପାଦକ ସଚିନ ବେହୁରା, ସମ୍ପାଦକ ବିକାଶ ରଂଜନ ପରିଡା, ପ୍ରର୍ଶୁରାମ ସାମଲ, ଶ୍ରୀକାନ୍ତ ସ୍ୱାଇଁଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


