ଡିଜେ ସାଉଣ୍ଡରେ ଅତିଷ୍ଟ ଗ୍ରାମାଞ୍ଚଳବାସୀ: :ଫେଲ ମାରିଲା ପୋଲିସ ନିଷ୍ପତି ଓ ନିର୍ଦ୍ଦେଶ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଶୁକ୍ରବାର ଓ ରବିବାର ସନ୍ଧ୍ୟା ରେ ବିଭିନ୍ନ ଗାଁ ରେ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ମେଢ଼ ବିସର୍ଜନ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ କ୍ଳବ ପକ୍ଷରୁ ସନ୍ଧ୍ୟା ୭ଟାରୁ ଏମିତିକି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଡିଜେ ସାଉଣ୍ଡ ବାଜୁଥିବା ବେଳେ ଗଣେଶ ମୂର୍ତ୍ତି କୁ ନିକଟସ୍ତ ନଦୀରେ ବିସର୍ଜନ କରାଯାଇଛି। ପୁଲିସ ଓ ପ୍ରଶାସନର ମାର୍ଗଦର୍ଶିକା ତଥା ସ୍ୱତନ୍ତ୍ର ବୈଠକ ନିଷ୍ପତିକୁ ସମ୍ପୂର୍ଣ୍ଣ ଫୁ କରିଦେଇଛନ୍ତି ବିଭିନ୍ନ ଗ୍ରାମରେ ଥିବା କିଛି ପୂଜା କମିଟି।କାଁ ଭାଁ କ୍ଲବ ପାରମ୍ପରିକ ବାଦ୍ୟ ବଜାଇ ଠାକୁରଙ୍କୁ ନେଉଥିବା ବେଳେ ଅଧିକାଂଶ କ୍ଲବ ଡିଜେ ସାଉଣ୍ଡରେ ଭସାଣି ଶୋଭାଯାତ୍ରା ଯାଉଥିବା ଦେଖାଯାଇଥିଲା। ରଙ୍ଗୀନ ଆଲୋକରେ ସୁସଜ୍ଜିତ ଗାଡ଼ିରେ ଠାକୁରଙ୍କୁ ବସାଇ ଡିଜେ ସାଉଣ୍ଡର ତାଳେ ତାଳେ ଯୁବକ ଙ୍କ ନୃତ୍ୟ ମଧ୍ୟରେ ଶୋଭାଯାତ୍ରା ଅସ୍ତରଙ୍ଗ, କାକଟପୁର ଓ ନୂଆଗଡ ଥାନା ଅଂଚଳରେ ଥିବା ବିଭିନ୍ନ ଗାଁରେ ରାସ୍ତା ଅତିକ୍ରମ କରୁଥିଲା। ଏହାକୁ ଦେଖିବାକୁ ଗାଁର ରାସ୍ତା ପାର୍ଶ୍ୱରେ ଲୋକଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା। ଏହା ସହ  ସେପ୍ଟେମ୍ବର ୧, ସେପ୍ଟେମ୍ବର ୩ତାରିଖ ବିଭିନ୍ନ ପର୍ଯ୍ୟାୟ ରେ ବାକି ଥିବା ବିଭିନ୍ନ କ୍ଲବର ମେଢ଼ ବିସର୍ଜନ କରାଯିବ ବୋଲି ଯାହା ସୂଚନା ମିଳିଛି। କିନ୍ତୁ ଗ୍ରାମାଞ୍ଚଳ କିଛି କ୍ଲବ ନିଜ ନାମ ଗୋପନ ରଖି କହିଛନ୍ତି ପୋଲିସ କର୍ମଚାରୀ ଙ୍କୁ ଭିତିରି ସମ୍ପର୍କ ରଖି ବୁଝାମଣା କରି ଡିଜେ ବାଜୁଛି ବୋଲି ମତ ଦେଇଛନ୍ତି।ତେବେ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ଗୋଟେ ପଟେ ନିୟମ କରୁଥିବା ବେଳେ କିନ୍ତୁ କିଛି ମୁନଫାଖୋର କର୍ମଚାରୀ ଙ୍କ ପାଈଁ ଜିଲ୍ଲା ପ୍ରଶାସନ କରିଥିବା ନିୟମ ଉଲଘଂନ ହେଉଛି। ଶବ୍ଦ ପ୍ରଦୂଷଣ ଗୁରୁତ୍ୱ ଦେଇ ୬୦ଡେସିବେଲ ନିମ୍ନରେ ଡିଜେ ବଜାଇ ଭସାଣି ଶୋଭାଯାତ୍ରା ନେବା ପାଈଁ ପୁଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ବୈଠକ ରେ ନିଷ୍ପତି ନିଆଯାଇଥିଲା। ଅସ୍ତରଙ୍ଗ ବ୍ଲକ ଅଂଚଳରେ ଥିବା ସମସ୍ତ ପୂଜା କମିଟି କର୍ମକର୍ତ୍ତା ପୁଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଥିଲା। ମାତ୍ର ନୂତନ ଥାନା ଅଧିକାରୀ ଙ୍କ ବୈଠକ ନିଷ୍ପତି ଓ ନିର୍ଦ୍ଧେଶକୁ ଭସାଣି ଶୋଭାଯାତ୍ରା ରେ ଖୋଲା ଖୋଲି ଉଲ୍ଲଘଂନ କରାଯାଇଥିବା ଦେଖିବାକୁ ମିଳିଥିଲା। ସମସ୍ତ ମେଢ଼ରେ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ଡିଜେ ସାଉଣ୍ଡ ସହ ପରିବହନ ବିଭାଗ ନିୟମ ଉଲ୍ଲଘଂନ କରି ଗାଡି ଆକୃତି ପରିବର୍ତ୍ତନ ଯାହାକି ଖୁଲମ ଖୁଲ୍ଲା ନିୟମ ଉଲ୍ଲଘଂନ ହେଉଥିବା ଯାହା ସ୍ପଷ୍ଟ ବାରି ହୋଇଛି। ଡିଜେ ଗାଡିର କାନଫଟା ଶବ୍ଦରେ ଲୋକେ ଅତିଷ୍ଟ ହୋଇ ପଡ଼ିଥିଲେ। ଶୋଭାଯାତ୍ରା ନିୟନ୍ତ୍ରଣ ପାଈଁ ବିଭିନ୍ନ ଗାଁରେ ବୁଲୁଥିବା ପାଟ୍ରୋଲିଂ ଗାଡି ଲୋକ ଦେଖାଣିଆ ଜାଣି ଅଜଣା ଭଳି ବୁଲୁଥିଲେ। ସବୁଠାରୁ ବଡ଼ କଥା ହେଲା ଘରେ ଥିବା ଅସୁସ୍ଥ ରୋଗୀ ମାନେ ଡିଜେ ସାଉଣ୍ଡ ଉତ୍କଟ ଶବ୍ଦ ରେ ଧଡ଼ପଡ଼ ହୋଇଥିଲେ। ସେହିଭଳି ବିଭିନ୍ନ ଗାଁରେ ଡିଜେ ସାଉଣ୍ଡ ସାଙ୍ଗକୁ ଜନଗହଳି ମଧ୍ୟରେ ଆମ୍ବୁଲାନ୍ସ କୁ ବି ଦୀର୍ଘ ସମୟ ଅଟକିବାକୁ ପଡିଥିଲା। ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଧେଶ କାର୍ଯ୍ୟକାରୀରେ ଅସ୍ତରଙ୍ଗ, କାକଟପୁର ଓ ନୂଆଗଡ ପୋଲିସ ପ୍ରଶାସନ ଅବହେଳାକୁ ନେଇ ବିଭିନ୍ନ ମହଲରେ ଉଦୁବେଗ ପ୍ରକାଶ ପାଇଛି। ଭସାଣି ଶୋଭାଯାତ୍ରା ରେ ଡିଜେ ସାଉଣ୍ଡ ବନ୍ଦ ପାଈଁ ଦାବୀ ହୋଇଥିବା ବେଳେ କାହାର ଚାପରେ ବା ନିର୍ଦ୍ଧେଶରେ ପୁଲିସ ଚେପା ଓ ପ୍ରଶାସନ ଚୁପ ରହୁଛି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ