ସ୍ବାୟତ୍ତ ଶାସନ ଦିବସ ପାଳିତ :ସମସ୍ତେ ମିଳିମିଶି କାମ କରିବାକୁ ବିଧାୟକଙ୍କ ଆହ୍ଵାନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଏନ୍ଏସି ପକ୍ଷରୁ ୫୨ ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ଉତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ବଜାର ଗାନ୍ଧୀ ଛକଠାରେ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ସଭାପତିତ୍ବ କରିଥିଲେ।ଏଥିରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୂଖ୍ଯଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପାଧ୍ଯକ୍ଷା କେ. ପୂଜା, କାଉନସିଲର ସନ୍ତୋଷିନୀ ବେହେରା, ସୁଶାନ୍ତ କୁମାର ପାତ୍ର, ନୀଳମାଧବ ଗୌଡ, ମାମିନୀ ବେହେରା, ଦୀପକ କୁମାର ମିଶ୍ର, ସୁନିଲ କୁମାର ପଣ୍ଡା, ଇ.ଗାୟତ୍ରୀ, ଜ୍ଯୋତ୍ସ୍ନା ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏନ୍ଏସି ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏବଂ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଉପରେ ନିର୍ବାହୀ ଅଧିକାରୀ ମିଶ୍ର ସୂଚନା ଦେବାସହ ଟିମ୍ ସ୍ପିରିଟ ନେଇ କାର୍ଯ୍ଯକଲେ ଏନ୍ଏସି ଆହୁରି ଆଗକୁ ବଢି ପାରିବ ବୋଲି କହିଥିଲେ।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ପୂର୍ବାହ୍ନରେ କାର୍ଯ୍ଯାଳୟ ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ସପ୍ତାହ ବ୍ଯାପି ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ଏନ୍ଏସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ସହକାରୀ ଯନ୍ତ୍ରୀ ଇଂ. ମମତା ପଣ୍ଡାଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।


