ପଥର କୁଆଁରୀରେ ପଥର ବୋର ବ୍ଲାଷ୍ଟିଙ୍ଗ

ଛତ୍ରପୁର, (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ପଞ୍ଚାୟତର ଝରପୋଖରୀ ଗ୍ରାମକୁ ଲାଗି ରହିଥିବା ପଥର କୁଆଁରୀ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ ମାନେ । ଉକ୍ତ ପଥର କୁଆଁରୀ ରେ କରାଯାଉଥିବା ଅନବରତ ପଥର ବ୍ଲାଷ୍ଟିଙ୍ଗ ଯୋଗୁଁ ଶବ୍ଦ ପ୍ରଦୂଷଣ ହେବାରେ ଲାଗିଛି । ଏମିତିକି, ଗ୍ରାମର ଘର ଗୁଡିକ ଉପରେ ପଥର ଛିଟିକି ପଡୁଥିବା ମଧ୍ୟ ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଗ୍ରାମରେ ବାସ କରୁଥିବା ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ବହୁ ଅସୁବିଧାର ସମ୍ମୁଖିନ ହେବା ସହ ଗ୍ରାମରେ ପିଇବା ପାଣି ମଧ୍ୟ ଦୂଷିତ ହେଉଥିବା ନେଇ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କଟାଙ୍କୁ ପ୍ରଦାନ କରିଛନ୍ତି ଗ୍ରାମବାସୀ ମାନେ । ଏହି ପଥର କୁଆଁରୀକୁ ଯାଉଥିବା ବଡ ବଡ ପଥର ବୋଝେଇ ଭାରିଯାନ ଗୁଡିକ ଯିବା ଆସିବା କରିବା ଫଳରେ କେନାଲ ଓ ଗ୍ରାମ ପାର୍ଶ୍ଵ ରାସ୍ତା ଭାଙ୍ଗି ଯିବା ସହ ରାସ୍ତାଟି ଖାଲ ଖମା ହୋଇ ଖରାପ ହୋଇଗଲାଣି । ଏଣୁ ଏହାର ସମାଧାନ କରିବା ସହିତ ଉକ୍ତ ପଥର କୁଆଁରୀ ଉପରେ ଅଙ୍କୁଶ ଲଗାଇବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଚିକଲଖଣ୍ଡି ପଂଚାୟତର ୱାର୍ଡ ମେମ୍ବର ସତ୍ୟ ପ୍ରଧାନ, ଯୁବ ନେତା ଅଭିରାମ ପ୍ରଧାନ, ମହେଶ୍ୱର ଦାସ, ରମେଶ ଦାସ, ମହେଶ୍ର ପ୍ରଧାନ, ଜୟ ପ୍ରଧାନ, ବିରେନ୍ଦ୍ର ପ୍ରଧାନ, ଶଙ୍କର ଦାସ, ସୁଶାନ୍ତ ଦାସ, ଭିକାରୀ ଦାସ, ଶଙ୍କର ପ୍ରଧାନ, ରବୀନ୍ଦ୍ର ନାଥ ପ୍ରଧାନ, ସୁରେଶ ପ୍ରଧାନ ଓ ଲୋକନାଥ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ