ସାରର ଅଭାବ: କୃଷକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
ଛତ୍ରପୁର (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲାରେ ସାରର ଅଭାବ ଏବଂ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ରଣ ହୁଙ୍କାର ଦିଆଯାଇଛି l ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ପୂର୍ବତନ ବିଧାୟକ ଏବଂ ଆଗଧାଡ଼ିର ନେତା ମାନେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେର୍କେଟା ଙ୍କୁ ପ୍ରଦାନ କରିଥିଲେ l ଏହା ସହ ଡବଲ ଇଂଜିନ ଡବଲ ଧୋକ୍କା ଓ ଦିଲ୍ଲୀରୁ ରିମୋର୍ଟ ଚଳିବ ନାହିଁ ବୋଲି ସ୍ଲୋଗାନ ଦେବା ସହ ସରକାରଙ୍କ ଚାଷୀ ମାରଣା ନୀତିକୁ ନିନ୍ଦା କରିଥିଲେ l ଚାଷୀଙ୍କ ପ୍ରତି ଅନ୍ୟାୟ କୁ ବିଜୁ ଜନତା ଦଳ କେବେ ବି ସହ୍ୟ କରିପାରିବ ନାହିଁ ତାଙ୍କ ପାଇଁ ଆବଶ୍ୟକ ହେଲେ ଆଇନକୁ ହାତକୁ ନେବ ବୋଲି ମଧ୍ୟ ନେତା ମନ୍ତ୍ରୀ ମାନେ କହିଛନ୍ତି l ଚଳିତ ଖରିଫ ଋତୁରେ ଚାଷୀ ମାନେ ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ସମେତ ଅନ୍ୟାନ୍ୟ ସାର ପାଇ ପାରୁନାହାନ୍ତି, ଚାଷୀ ପଞ୍ଜିକରଣ ଜଟିଳ ପ୍ରକ୍ରିୟା ଏବଂ ପଞ୍ଜିକରଣ ନିମନ୍ତେ କମ ଅବଧି ମିଳିଥିବାରୁ ଅନେକ ଯୋଗ୍ୟ ଚାଷୀ ଏବଂ ଭାଗଚାଷି ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି, ଗତବର୍ଷ ଖରିଫ ଧାନ ଅମଳ ସମୟର ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିପାରିନାହିଁ ସମସ୍ତ ବୀମା କମ୍ପାନୀ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାରେ ଟାଳ ଟୁଳ ନୀତି ଅବଲମ୍ବନ କରିଛନ୍ତି, ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ ଋତୁରେ ନିଅଣ୍ଟିଆ ବର୍ଷା ବେଳେ ଜଳ ସେଚନର ସୁବିଧା କରାଯାଉନଥିବା ନେଇ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ ହୋଇଛି l ଏଣୁ ଏ ସମସ୍ତ ସମସ୍ୟା ର ସମାଧାନ ଲାଗି ସେମାନେ ଦାବି କରିଛନ୍ତି, ଏହି ଦାବୀପତ୍ର ପ୍ରଦାନ ବେଳେ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ବିଜୁଜନତା ଦଳର ରାଜ୍ୟ ସମ୍ପାଦକ ଭୁଗୁ ବକ୍ସି ପାତ୍ର, ପୂର୍ବତନ ବିଧାୟକ ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ଚନ୍ଦ୍ର ବେହେରା, ଲତିକା ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସୂର୍ଯ୍ୟମଣି ବୈଦ୍ୟ,ମଞ୍ଜୁଳା ସ୍ୱାଇଁ,ଶ୍ରୀକାନ୍ତ ସାହୁ,ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା ଓ କୈଳାଶ ରଣା, ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା, ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତାଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ର,ଶ୍ରୀରୁପ ଦେବ,ଅଜୟ ମହାରଣା, ନୀଳମଣି ପଟ୍ଟନାୟକ, ଯୁବନେତା ରଞ୍ଜନ ପଲାଇ, ବିମଳ କୁମାର ପଣ୍ଡା, ପ୍ରଶାନ୍ତ କୁମାର କର,ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବ ବିଜେଡି ଜୋନ ସଭାପତି ନଚି କେତ ସ୍ୱାଇଁ, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ,ଛତ୍ରପୁର ନଗର ବିଜେଡି ସଭାପତି ଵି. ରାଜୁବାବୁ, ଯୁବ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି କାହ୍ନୁ ଚରଣ ବେହେରା, କିଶୋର ବେହେରା, ଅଭିରାମ ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ


