ଦେଶୀମଦ ଜବତ:୨ ମହିଳାଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ମମତା ଦଳେଇ ଙ୍କୁ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଶୁକ୍ରବାର ସକାଳେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ତାଙ୍କ ନିକଟରୁ ୪୦ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରାଯାଇଛି।ଅବକାରୀ ମାମଲା ନଂ.୪୦/୨୫-୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତା ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ସକାଳ ପ୍ରାୟ ସାଢେ ୭ ଟାରେ ସିପାଦେଇ, ଅରଖପଦା, ଗୁମା,ବିଦ୍ୟାଧରପୁର ପ୍ରଭୃତି ଜନଜାତି ବହୁଳ ଗ୍ରାମ ମାନଙ୍କରେ  ଅବକାରୀ ଇନ୍ସପେକ୍ଟର ସଦଳବଳେ ପାଟ୍ରୋଲିଂ କରି ଫେରୁଥିବା ବେଳେ ବିଦ୍ୟାଧରପୁର ଗ୍ରାମର ମମତା ଦଳେଇ ତାଙ୍କ ଘରବାରିପଟେ ସନ୍ଦେହଜନକ ଭାବେ ୨ ଟି ପ୍ଲାଷ୍ଟିକ ଜାରକିନ୍ ଲୁଚାଉଥିବା ବେଳେ ମହିଳା କନେଷ୍ଟବଳ ସୁଚିତା ଡୁଙ୍ଗଡୁଙ୍ଗ ସେଠାରେ ପହଞ୍ଚି ଖାନତଲାସ କରିବାରୁ ୨ ଟି ଜାରକିନ୍ ରେ ୪୦ ଲିଟର ଦେଶୀମଦ ଥିବା ଜଣାପଡିଥିଲା। ଘଟଣାସ୍ଥଳରେ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଜବତ ତାଲିକା ପ୍ରସ୍ତୁତ କରାଯାଇ ମଦ କୁ ପରୀକ୍ଷା କରାଯିବା ପରେ ମମତା ଙ୍କୁ  ଦିଗପହଣ୍ଡି ଅବକାରୀ ଥାନା କୁ ଅଣାଯାଇଥିଲା। ସେ ଗାଁରେ ବିକ୍ରୀ ପାଇଁ ମଦ ରଖିଥିବା ସ୍ବୀକାର କରିବା ପରେ ତାଙ୍କୁ ଅବକାରୀ ଇନ୍ସପେକ୍ଟର ଗିରଫ କରିଥିଲେ । ସେହିପରି ଦିଗପହଣ୍ଡି ଅବକାରୀ ଓଆଇସି ଅନୀତା ପ୍ରଧାନ ସଦଳବଳେ ଶୁକ୍ରବାର ସକାଳ ପ୍ରାୟ ୬ ଟାରେ ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ର ବିଭିନ୍ନ ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ ଜନଜାତି ବହୁଳ ବଗଡ ଗାଁ ରାସ୍ତାକଡ ରୁ ଗ୍ରାମର ସୁକୁମାରୀ ଶବର ଙ୍କ ନିକଟରୁ ଏକ ପ୍ଲାଷ୍ଟିକ ଜାରକିନ୍ ରେ ଥିବା ୨୦ ଲିଟର ଦେଶୀମଦ ଜବତ କରିଥିଲେ।ଘଟଣାସ୍ଥଳରେ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଜବତ ମଦ କୁ ପରୀକ୍ଷା କରାଯିବା ପରେ ତାଙ୍କୁ ଗିରଫ କରାଯାଇ ଅବକାରୀ ମାମଲା ନଂ.୯୬/୨୫-୨୬ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିଲା।ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ