ଓଡ଼ିଶା କୃଷକସଭା ଶାଖାର ବ୍ଲକ ସମ୍ମିଳନୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର କଳିଙ୍ଗ ବୈଶ୍ୟ ଭବନ ଠାରେ ଶନିବାର ଓଡିଶା କୃଷକ ସଭା ଦିଗପହଣ୍ଡି ବ୍ଲକ ଶାଖା ର ଅଷ୍ଟାଦଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୁଶାନ୍ତ କୁମାର ଷଡ଼ଙ୍ଗୀ ଙ୍କ ସଭାପତିତ୍ବ ରେ ମୂଖ୍ୟଅତିଥିଭାବେ ସିପିଆଇ(ଏମ) ର ପୂର୍ବତନ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଓଡିଶା କୃଷକ ସଭା ର ଗଞ୍ଜାମ ଜିଲା ସଭାପତି ହରିକୃଷ୍ଣ ରେଡ୍ଡୀ, ଉପସଭାପତି କୈଳାଶ ଷଡ଼ଙ୍ଗୀ, କାର୍ଯ୍ୟକର୍ତ୍ତା ଗୋପାଳ ପାଣିଗ୍ରାହୀ, ଆଇନଜୀବୀ କୁରେଶୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପି. ଶିବ ଶଙ୍କର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ଉଦଘାଟନୀ ଅଭିଭାଷଣରେ ମୂଖ୍ୟଅତିଥି ଚାଷୀ, ଭାଗ ଚାଷୀ ମାନଙ୍କ ଅଧିକାର, ଜନଜାତି ମାନଙ୍କ ଜଙ୍ଗଲ ଜମି ଅଧିକାର ଉପରେ ବିସ୍ତୃତ ଆଲୋଚନା କରିବା ସହ କୃଷକ ଆନ୍ଦୋଳନର ଐତିହାସିକ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ସମ୍ମିଳନୀରେ ୮୦ ରୁ ଉର୍ଦ୍ଧ୍ବ ଚାଷୀ ପ୍ରତିନିଧି ଯୋଗ ଦେଇଥିଲେ।ଶେଷରେ ବ୍ଲକ କମିଟି ନିର୍ବାଚିତ କରାଯାଇଥିଲା। ସୁଶାନ୍ତ କୁମାର ଷଡ଼ଙ୍ଗୀ ଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ପି. ଶିବ ଶଙ୍କର ସମ୍ପାଦକ, ରାମ ଚନ୍ଦ୍ର ଗୌଡ଼ ଉପ ସଭାପତି, ରାମ ଚନ୍ଦ୍ର ସେଠୀ ଯୁଗ୍ମ ସମ୍ପାଦକ ଏବଂ ରାମୁଲୁ ରେଡ୍ଡୀ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ହରିଶ୍ଚନ୍ଦ୍ର ସାହୁ, ପଙ୍କଜ ସାହୁ, କୈଳାଶ ସାହୁ, କ୍ଷେତ୍ର ମୋହନ ପ୍ରଧାନ, ରଘୁନାଥ ପାତ୍ର,ସନାତନ ସାହୁ, ବାସୁ ସାହୁ, ଦାମୋଦର ପ୍ରଧାନ, ଶଶୀ ଭୂଷଣ ରଥ, ପୁଷ୍ପ ଧ୍ୱଜ ସାହୁ, ଲିଙ୍ଗରାଜ ଶବର, ରମା ପ୍ରଧାନ ପ୍ରମୁଖ ବହୁ ଚାଷୀ ପ୍ରତିନିଧି ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।


