ଦିଗପହଣ୍ଡିରେ ‘ପଢିବା, ଗଢ଼ିବା ଓଡ଼ିଶା’ କାର୍ଯ୍ୟକ୍ରମ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି  ଏନ.ଏ.ସି କ୍ଲଷ୍ଟର ଅଧିନ ନୂଆସାହି ପ୍ରାଥମିକ ବିଦ୍ୟାଳୟ  ଏବଂ ସିଦ୍ଧେଶ୍ୱର କ୍ଲଷ୍ଟର ଅଧିନ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ‘ପଢ଼ିବା,ଗଢ଼ିବା ଓଡ଼ିଶା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ଗଞ୍ଜାମ ଜିଲା ଅତିରିକ୍ତ ଜିଲା ଶିକ୍ଷାଧିକାରୀ  ବସନ୍ତ କୁମାର ପଣ୍ଡା ମୂଖ୍ୟଅତିଥି, ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବାଳା ମାଝି ଏବଂ ଗଞ୍ଜାମ ଜିଲା ଖଲ୍ଲିକୋଟ ଶିକ୍ଷା  ତାଲିମ ପ୍ରତିଷ୍ଠାନର ପ୍ରଶିକ୍ଷିକା  ନିବେଦିତା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ନୂତନ ଭାବେ ପ୍ରଣୀତ ‘ପଢ଼ିବା,ଗଢ଼ିବା ଓଡ଼ିଶା ‘ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଦ୍ୟାଳୟ ସ୍ତରୀୟ ସମସ୍ତ କାର୍ଯ୍ୟକ୍ରମ ର ସଫଳ ରୂପାୟନ କରାଯିବା। ଏଫ୍ ଏଲ ଏନ୍ ଶ୍ରେଣୀ ପିଲା ଙ୍କ ସର୍ବାଙ୍ଗୀନ ଉନ୍ନତି ଏବଂ ନିପୁଣ ସପ୍ତାହ ବିଦ୍ୟାଳୟ ସ୍ତରରେ ପାଳନ କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ  ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ,ପ୍ରଧାନ ଶିକ୍ଷକ ଏବଂ ଏଫ୍ ଏଲ ଏନ୍ ସହକାରୀ ଶିକ୍ଷକ ଯୋଗ ଦେଇଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ  ଅନିଲ କୁମାର ଦାସ ସମୂହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଆରଟି ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ