ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

 ହାଟଡ଼ିହି  (ଓ୍ବାଇଏନଏସ): ରାଜ୍ୟରେ ବାଲ୍ୟ ବିବାହ ଭଳି ପ୍ରଥାକୁ ଉଛେଦ କରିବା ସହ ଶିଶୁ ଶ୍ରମିକ ମାନଙ୍କୁ କିଭଳି ରୋକାଯାଇ ପାରିବ ସେ ନେଇ ସରକାର ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ କିଛି ଲୋକ ପ୍ରଶାସନର ଅଗୋଚରରେ ଏପରି କାର୍ଯ୍ୟ କରୁଛନ୍ତି। ଏଥିପାଇଁ ହାଟଡିହି ବ୍ଲକ ଅଁରା ଗ୍ରାମପଞ୍ଚାୟତର ଅଁରା ବଜରଙ୍ଗୀ କ୍ଲବ ପକ୍ଷରୁ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କ୍ଲବ ସଭାପତି ପ୍ରିୟ ରଞ୍ଜନ ରାଜଙ୍କ ନେତୃତ୍ୱରେ ଆଗାମୀ ଦିନରେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପଯ୍ୟନ୍ତ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ କିଭଳି ରୋକା ଯାଇ ପାରିବ ଶିଶୁ ଶ୍ରମିକ ସଚେତନତା  କାଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାଯ୍ୟକ୍ରମ ଅଁରା ସ୍କୁଲ ରୁ ବାହାରି ପଞ୍ଚାୟତ ଦେଇ ଅଁରା ଆଦିବାସୀ ସାହି ଠାରେ ସମ୍ପର୍ଣ କରାଯାଇଥିଲା । ଏହିଏଥିରେ ସମ୍ପାଦକ  ଶିବପ୍ରସାଦ ରାଉତ କ୍ଲବ ର ସଦସ୍ୟ ସାଗର ଚରଣ ରାଉତ, ବିଜନ ପ୍ରସାଦ ନାୟକ,  ସତ୍ୟବ୍ରତ ଜେନା, ଶକ୍ତିଧର ରାଉତ, ସନ୍ତୋଷ ପରିଡା, ରାଜେଶ କୁମାର ନାୟକ, ସୁଶୀଲ କୁମାର ବେହେରା, ଶରତ ଚନ୍ଦ୍ର ମାଝୀ,  ବିଶ୍ୱମ୍ବର ବେହେରାଙ୍କ ସମେତ ୪୭ଜଣ କ୍ଲବ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ