ଭାଗବତ ଜନ୍ମୋତ୍ସବ ପାଲିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଦନେଇପୂର୍ ଗ୍ରାମରେ ଥିବା ଲଙ୍କେଶ୍ଵର୍ ଭାଗବତ ଟୁଙ୍ଗିରେ ଭାଗବତ ଜନ୍ମୋତ୍ସବ ପାଲିତ ହୋଇ ଯାଇଛି। ହରିହାଟ ଗୃହରେ କର୍ମକାଣ୍ଡ ପଣ୍ଡିତ ମାଧବ ପାଣିଗ୍ରାହୀଙ୍କ ଦ୍ୱାରା ଭାଗବତ ପୂଜା, ହୋମ ଯଜ୍ଞାଦି କରାଯାଇ ଥିଲା। ଏହି ଅବସରରେ ଭାଗବତ ପଠନ କରାଯାଇ ଥିବାବେଳେ ଅନେକ ଗ୍ରାମବାସୀ ସାମିଲ୍ ହୋଇ ଭାଗବତ ଶ୍ରବଣ କରିଥିଲେ। ଭାଗବତ ଟୁଙ୍ଗିର ସମ୍ପାଦକ ଅମୂଲ୍ୟ କୁମାର ମିଶ୍ର, ସଭାପତି ସୁରଥ ପାଣିଗ୍ରାହୀ, ସଦସ୍ୟ ନିରାକାର ପଣ୍ଡା, ସ୍ୱାଗତିକା ପାଣିଗ୍ରାହୀ, ସୁଲୋଚନା ପାଣିଗ୍ରାହୀ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ନପୂର୍ଣ୍ଣା ରାଉତ, ପାର୍ବତୀ ପୃଷ୍ଟି, ଲାବଣ୍ୟ ରାଉତ, ରତ୍ନମଣି ମିଶ୍ର, ପାତିଆ ପାଣିଗ୍ରାହୀ, ପାଟ ପାଣିଗ୍ରାହୀଙ୍କ ସମେତ ବହୁ ଗ୍ରାମବାସୀ ସାମିଲ୍ ହୋଇଥିଲେ।


