ପ୍ରାଥମିକ ବୁଣା ତାଲିମ ଆରମ୍ଭ ନେଇ ବୟନ ନିରୀକ୍ଷକଙ୍କ ପରିଦର୍ଶନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତର ୩ ମହିଳା ଗୋଷ୍ଠୀର ପ୍ରାଥମିକ ବୁଣା ତାଲିମ କାର୍ଯ୍ୟକ୍ରମ ଆରମ୍ଭ ନେଇ ବାଲେଶ୍ୱର ବୟନ ନିରୀକ୍ଷକ ମାଣିକ ହେମ୍ବ୍ରମ୍ ଗୋପୀନାଥପୁର, ତାଜିପୁର, ମାର୍କଣ୍ଡପୁର, ଶ୍ରୀରାମପୁର, ସାହୁପଡା ଆଦି ଗ୍ରାମ ପରିଦର୍ଶନ କରିଛନ୍ତି । ଗୋପୀନାଥପୁର କଲ୍ୟାଣ ମଣ୍ଡପ ଠାରେ ତାଲିମ ନେବାକୁ ଥିବା ସରକାରୀ ମଞ୍ଜୁରପ୍ରାପ୍ତ ଗିରି ଗୋବର୍ଦ୍ଧନ ଓ ଜୟ ମା ସନ୍ତୋଷିନୀ ଗୋଷ୍ଠୀର ମହିଳା ମାନଙ୍କ ସହିତ ଏକ ବୈଠକରେ ଯୋଗ ଦେଇ ତାଲିମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ବୁଝାଇବା ସହିତ ତାଲିମ ସଫଳତାର ସହ ଶେଷ କଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ମାଧ୍ୟମରେ ଆତ୍ମ ନିର୍ଭରଶୀଳ ହେବାକୁ ଆହ୍ୱାନ ଦେଇଥିଲେ । ପରେ ଆଗରପଡାସ୍ଥିତ ଗୋବିନ୍ଦ ଜୀଉ ସମବାୟ ସମିତିର ସଭାପତି ନିରଞ୍ଜନ ଦାସ, ସମ୍ପାଦକ ଶ୍ରୀଧର ବେହେରା ଏବଂ ବୋର୍ଡ ସଭ୍ୟଙ୍କ ସହିତ ଏକ ବୈଠକ କରି ସମବାୟ ସମିତିର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିବା ସହିତ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଆଗକୁ ଯିବାକୁ ପରାମର୍ଶ ଦେଇଥିଲେ । ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ବୟନ ନିରୀକ୍ଷକଙ୍କ ସହିତ ସ୍ଥାନୀୟ ସ୍ୱେଚ୍ଛାସେବୀ ଗୋପୀନାଥ ଦାଶ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ