ଚୋରା ମଦ ଜବତ ୫ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଟାଉନ, ଜମ୍ବୁ ସାମୁଦ୍ରିକ ଓ ତନ୍ତିିଆପାଳ ସାମୁଦ୍ରିକ ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଅଠରବାଟିଆ ଗ୍ରାମର ଗୌତମ ମଳିକ(୩୮)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, ଅଳଭା ଗ୍ରାମର ପ୍ରମୋଦ ମଳିକ(୩୮)ଙ୍କ ଠାରୁ ୨୨ ଲିଟର ଦେଶୀ ମଦ, ମାଟିଆ ଗ୍ରାମର ସୁବାସ ମଳିକ(୫୦)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ପ୍ରଭାକରପୁର ଗ୍ରାମର ରଜତ ରାଉତ(୩୮)ଙ୍କ ଠାରୁ ୯୬୩ ଲିଟର ଦେଶୀ ରନ୍ଧା ମଦ ଓ ପ୍ରଭାକର ପୁର ଗ୍ରାମର ଚୈତନ୍ୟ ରାଉତ(୫୭)ଙ୍କ ଠାରୁ ୨୧୨ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯିବା ସହ ସମୁଦାୟ ୧୨୪୮ ଲିଟର ଦେଶୀ, ଦେଶୀ ରନ୍ଧା ଓ ବିଦେଶୀ ମଦ ଜବତ କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଛାୟାକାନ୍ତ ମଳିକ, କଳ୍ପନା ରାଉତଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ