ଆଞ୍ଚଳିକ ମହାବିଦ୍ୟାଳୟରେ ଏବିଭିପିର ସଦସ୍ୟତା ଅଭିଯାନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ସଂଯୋଜକ ଓଁକାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସଦସ୍ୟତା ଗ୍ରହଣ କରିବା ସହ ରାଷ୍ଟ୍ର ପୁନଃ ନିର୍ମାଣର ଲକ୍ଷ୍ୟ ଧାରଣ କରିଥିଲେ । ଏଥିରେ ସୁନୀଲ କୁମାର ପରିଡା, ମଳୟ ରାଉତ, ଶୁଭସ୍ମିତା ମହାକୁଡ, ରଞ୍ଜୁଲତା ପୁଟିଆ ଉପସ୍ଥିତ ରହି ପ୍ରମୁଖ ଭୂମିକା ନିର୍ବାହ କରିବା ସହ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ନୂତନ ସଦସ୍ୟତା ଅଭିଯାନରେ ରାଜଲକ୍ଷ୍ମୀ ମହାପାତ୍ର, ଚାନ୍ଦିନୀ ରାଉଳ, ଜୟଶ୍ରୀ ନାୟକ, ଆଶିଷ ଦାସ, ମୁକ୍ତେଶ୍ୱର ଜେନାଙ୍କ ସମେତ ଅନ୍ୟ ମାନେ ସଦସ୍ୟତା ଗ୍ରହଣ କରିଥିବା ଜଣାଯାଇଛି ।