ତମାଖୁ ବିରୋଧୀ ଅଭିଯାନ ଜୋରଦାର

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଓ ଅବକାରୀ ବିଭାଗ ପକ୍ଷରୁ ତମାଖୁ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି । ବିଶେଷକରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ନିକଟ ଏବଂ ବଜାର ଅଞ୍ଚଳରେ ଗୁଟୁଖା, ସିଗାରେଟ ଓ ଅନ୍ୟାନ୍ୟ ତମାଖୁଜାତ ଦ୍ରବ୍ୟ ଗୁଡିକୁ ଜବତ କରାଯାଇଛି । ପୋଲିସ ପକ୍ଷରୁ ଜବତ ହୋଇଥିବା ତମାଖୁ ଗୁଡିକୁ ସଙ୍ଗେ ସଙ୍ଗେ ପୋଡି ନଷ୍ଟ କରାଯାଇଥିବା ଦେଖାଯାଇଛି । ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକର ଶହେ ମିଟର ପରିଧି ମଧ୍ୟରେ ଥିବା କିଛି ଦୋକାନ ଉପରେ ଚଢାଉ କରାଯାଇଥିଲା । ସେହିପରି ବନ୍ତ ବଜାର, ତହସିଲ ଛକ, ସଖିପାଟଣା ଛକ, ନିମାପଡା, ତରାପୁର, ପଧାନପଡା ମଠ, ନିଳୋକ ବଜାର ସମେତ ବିଭିନ୍ନ ଛକରେ ଥିବା ପାନ ମସଲା ଦୋକାନ ଗୁଡିକରେ ଚଢାଉ କରାଯାଇ ଗୁଟୁଖା, ସିଗାରେଟ ଓ ଅନ୍ୟାନ୍ୟ ତମାଖୁଜାତ ଦ୍ରବ୍ୟ ଗୁଡିକୁ ଜବତ କରାଯାଇ ପୋଡି ନଷ୍ଟ କରାଯାଇଥିବା ଦେଖାଯାଇଛି । ଚଢାଉ ସମୟରେ ବନ୍ତ ଥାନାଧିକାରୀ ମୋନାଲିସା କର, ଏସ.ଆଇ ରଞ୍ଜିତା ବେହେରା, ଏ.ଏସ.ଆଇ ମନମୋହନ ବାରିକ, କନେଷ୍ଟବଳ ସଂଗ୍ରାମ ଖିଲାର, ବସନ୍ତ ଜେନା, ତ୍ରିଲୋଚନ ଟୁଡୁଙ୍କ ସମେତ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ । ପୋଲିସ ଓ ଅବକାରୀ ବିଭାଗର ଏହି ଚଢାଉ ଫଳରେ ବଜାର ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ