ଏକ କିଲୋ ୬ ଶହ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ଥାନା କାଣ୍ଡବା ପୋଲ ନିକଟରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ଜଣେ ବ୍ୟକ୍ତିଙ୍କ ଠାରୁ ୧ କିଗ୍ରା ୬ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ବାଲେଶ୍ୱର ଜିଲା ଖଇରା ବ୍ଲକ ଗମ୍ଭାରିଆ ଅଞ୍ଚଳର ମୁକୁନ୍ଦ ପ୍ରସାଦ ଆଇଚ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି । ପ୍ରକାଶ ଯେ, ଆଜି ମଧ୍ୟାହ୍ନ ସମୟରେ ମଟର ସାଇକେଲରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣିସ ସୂତ୍ରରୁ ଖବର ପାଇ ବନ୍ତ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି ଓ ଆଗରପଡା ପୋଲିସ ସଦଳ ବଳେ କୁପାରୀ-ଆଗରପଡା ରାସ୍ତାର କାଣ୍ଡବା ପୋଲ ନିକଟରେ ପହଞ୍ôଚ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବାକୁ ସଫଳ ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୧ କିଗ୍ରା ୬ ଶହ ଗ୍ରାମ ଗଞ୍ଜେଇ, ନଗଦ ୧୨ ହଜାର ୫ ଶହ ଟଙ୍କା ଏବଂ ଗୋଟିଏ ମଟର ସାଇକେଲ ଜବତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ଗଞ୍ଜେଇ ବାଲେଶ୍ୱରରୁ ଆଗରପଡା ଅଞ୍ଚଳକୁୁ ଚୋରାରେ ଚାଲାଣ ହେଉଥିବା ଜଣାଯାଇଛି ।