ଶ୍ରୀମନ୍ଦିର ଉପରେ ପଇଁତରା ମାରିଲା ଡ୍ରୋନ୍: ପୁଲିସ୍ର ଛାନ୍ଭିନ୍ ଜାରି
ପୁରୀ: (ସମୀର ରଞ୍ଜନ ନାୟକ )ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ବିପଦରେ । ମନ୍ଦିର ଉପରେ ଦୀର୍ଘ ସମୟ ଧରି ଉଡିଲା ଡ୍ରୋନ । ବାଲିସାହି ପଟୁ ଆସି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ନୀଳଚକ୍ର ପାଖକୁ ଯାଇ ଡ୍ରୋନ୍ରେ ଅନେକ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଥିବା ସୂଚନା ରହିଛି । ଯାହା ମନ୍ଦିରର ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି । ସୁରକ୍ଷା ଦିଗକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ଉପରେ ନିଷିଦ୍ଧ ଉଡ଼ାଣ ଅଞ୍ଚଳ ଘୋଷଣା କରାଯାଇଛି । କିନ୍ତୁ ଏଭଳି ଘଟଣା ବାରମ୍ବାର ଘଟିବା ସ୍ଥାନୀୟ ଲୋକମାନଙ୍କୁ ଚିନ୍ତିତ କରିଛି । ସେମାନେ ପୋଲିସଙ୍କୁ ଡ୍ରୋନ୍ଟିକୁ ଖୋଜିବାକୁ, ଜବତ କରିବାକୁ ଏବଂ ଅବୈଧ କାର୍ଯ୍ୟରେ ଜଡିତ ବ୍ୟକ୍ତିମାନଙ୍କୁ ଧରିବାକୁ ଅନୁରୋଧ କରିଛନ୍ତିତେବେ ସିଂହଦ୍ୱାର ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ଗତକାଲି ରାତିରେ ମଧ୍ୟ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଥିଲା । ପୋଲିସ ଟିମ୍ ତଳେ ବାଇକରେ ପଇଁତରା ମାରି ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତି ପାଇନଥିଲା । ଯାହାକୁ ନେଇ ସେବାୟତମାନେ ଚିନ୍ତା ପ୍ରକଟ କରିଥିଲେ । ତେବେ କାହିଁକି ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।