ସରକାରୀ କର୍ମଚାରୀଙ୍କ ପାଇଁ ଜାନୁଆରୀ ପହିଲାରୁ ଅନଲାଇନରେ ଛୁଟି ଆବେଦନ ବ୍ୟବସ୍ଥା

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଆସନ୍ତା ଜାନୁଆରୀ ପହିଲାରୁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ନିମନ୍ତେ ଅନଲାଇନ ଛୁଟି ଦରଖାସ୍ତ ବ୍ୟବସ୍ଥା ଲାଗୁ ହେବ । ଏ ସମ୍ପର୍କିତ ଏକ ଦୁଇଦିନିଆ କର୍ମଶାଳା ସ୍ଥାନୀୟ ସଦଭାବନା ସଭାଗୃହରେ ଆଜି ଆରମ୍ଭ ହୋଇଛି । ଏଥିରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ମାନବ ସମ୍ବଳ ପୋର୍ଟାଲ “ଏଚଏଆରଏମଏସ” ମାଧ୍ୟମରେ ନିଜ ନିଜର ବିଭାଗୀୟ ଅଧିକାରୀମାନଙ୍କୁ ଅନଲାଇନ ମାଧ୍ୟମରେ ଯେ କୌଣସି ଛୁଟି ନିମନ୍ତେ କିପରି ଆବେଦନ କରିପାରିବେ ସେ ବାବଦରେ ତାଲିମ ପ୍ରଦାନ କରାଯାଇଥିଲା । ଏଚଆରଏମଏସ ଜିଲ୍ଲା ସଂଯୋଜକ ଶ୍ରୀ ଅପୂର୍ବ ରାୟ ଉପସ୍ଥିତ ଅଧିକାରୀ ଓ ବିଭାଗୀୟ କର୍ମଚାରୀମାନଙ୍କୁ ଅନଲାଇନରେ ଅନୁସୃତ ପ୍ରକ୍ରିୟା ସଂପର୍କରେ ଅବଗତ କରିଥିଲେ । ଛୁଟି ସଂକ୍ରାନ୍ତୀୟ ଆବେଦନ ପରେ ବିଭାଗୀୟ ଅଧିକାରୀ ଦରଖାସ୍ତ ମଞ୍ଜୁର, ଖାରଜ ବା ଉପରିସ୍ଥ ଅଧିକାରୀଙ୍କ ବିଚାର ନିମନ୍ତେ ପଠାଇପାରିବାର ବ୍ୟବସ୍ଥା ଏଥିରେ ରହିଛି । ମଞ୍ଜୁରୀ ପ୍ରାପ୍ତ ଛୁଟିଗୁଡିକର ସମସ୍ତ ତଥ୍ୟ କର୍ମଚାରୀଙ୍କ ସେବା ପୁସ୍ତକରେ ଲିପିବଦ୍ଧ ରହିବ । ଏଥି ସହିତ ସମସ୍ତ କର୍ମଚାରୀଙ୍କର ସେବା ପୁସ୍ତକଗୁଡିକ ଅନଲାଇନରେ ଅପଡେଟ୍ ହେବା ସହିତ, ଚଇଜ ସମ୍ବଳିତ ତଥ୍ୟ ଅନୁସାରେ ସମୟାନୁଯାୟୀ ପଦୋନ୍ନତି ଏବଂ ଅବସର ସମୟରେ ପେନସନ ଦିଆଯାଇପାରିବ ଯାହା ସରକାରଙ୍କ ୫’ଟିର ଏକ ଅଂଶ ବିଶେଷ । ଆସନ୍ତା କାଲି ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିବ । ମୋଟ ୪ଟି ବ୍ୟାଚରେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟର ଉଠାଣ ଓ ବିତରଣ ଅଧିକାରୀ ତଥା ବିଲ୍ ପ୍ରସ୍ତୁତିରେ ସାମିଲ କର୍ମଚାରୀମାନଙ୍କୁ ଏହି ତାଲିମ ଦିଆଯାଇଛି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ