ବସନ୍ତିଆରେ ସାମାଜିକ ସୁରକ୍ଷା ସଚେତନତା ଶିବିର

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ପରିସରରେ ସାମାଜିକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବସନ୍ତିଆସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ବନ୍ତ ପଞ୍ଚାୟତର ସମିତି ସଭ୍ୟ ପରମେଶ୍ୱର ବାରିକ, ସମ୍ମାନୀତ ଅତିଥି ଭାବେ ଆଇନଜୀବି ଅରବିନ୍ଦ ଦାସ, ସମାଜସେବୀ ପ୍ରଦୀପ କୁମାର ପଣ୍ଡା, ଶିକ୍ଷକ ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ଯୋଗ ଦେଇ ଯୁବବର୍ଗର ସମାଜ ପ୍ରତି ଉତ୍ତର ଦାୟୀତ୍ୱ, ନିଶା ଓ ତମାଖୁ ଦ୍ରବ୍ୟ ବର୍ଜନ ଏବଂ ସୁସ୍ଥ ପରିବେଶ ପ୍ରତି ଧ୍ୟାନ ଦିଆଗଲେ ସମାଜ ପରିବର୍ତ୍ତନ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ। ଶିବିରରେ ସୁନୀଲ ଦାସ, ରୁଦ୍ର ନାରାୟଣ ମହାନ୍ତି, ଅଜୟ ରଞ୍ଜନ ମହାନ୍ତି, ମନ୍ମଥ ମହାନ୍ତି, ମାନସ ନାୟକ, ଅଜିତ କୁମାର ଧଳ, ତପସ୍ୱିନୀ ମଲ୍ଲିକ, ମମତା ପାଣିଗ୍ରାହୀ, ବର୍ଷାରାଣୀ ରାଉତ, ଦମୟନ୍ତୀ ସାହୁଙ୍କ ସମେତ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ