ବଞ୍ଚୋଛକରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ଛକରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇ ଯାଇଛି। ସୁଧାକର ଓଝା ଓ ସୁବାସ ଓଝାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂଜାରେ ମାର୍କଣ୍ଡ ଚ଼ରଣ ଓଝା ଓ ରତ୍ନମଣୀ ଓଝା କର୍ତ୍ତା ଭାବେ ସାମିଲ ହୋଇଥିଲେ । ପଣ୍ଡିତ ବାବୁଲା ଆଚାର୍ଯ୍ୟ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସୁକାନ୍ତି ଓଝା, କାମିନି ପ୍ରଭା ଓଝା, ସତ୍ୟଭାମା ଓଝା, ଲିପୁ ଓଝା, ସନାତନ ଓଝା, ବାପୁନ୍ ଓଝା, ନନ୍ଦ କିଶୋର ବେହେରା, ପୂପୁନୁ ଓଝା, ବଣ୍ଟି ଓଝା, ଦିପା ଓଝା , ଅକ୍ଷୟ ସେନାପତି, ମିକି ଓଝା, ମାମୁନି ଓଝା, ଶୁଭ ଓଝା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ବାଳ, ଜିଲ୍ଲାପରିଷଦ ଉପାଧକ୍ଷ ସୋମନାଥ ଦାସ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ବିଜେଡି ନେତା ରବିନ୍ଦ୍ର ସାମଲ, ବିଜୟ ରାଉତ, ରବିନ୍ଦ୍ର ନାୟକ, ବିକ୍ରମ ବିଶ୍ବାଳ, ବିଶ୍ଵନାଥ ନାୟକ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ଜିଲ୍ଲା ପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ଟ୍ରକ ମାଲିକ ସଂଘ ପୁର୍ବତନ ସଭାପତି ରମା ନାୟକ, ପୁର୍ବତନ ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ପର୍ଶୁରାମ ସାମଲ, ରବିନ୍ଦ୍ର ପୁହାଣଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।


