ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀମାନଙ୍କ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ଵର(ସରୋଜ ପଣ୍ଡା): ବାଲେଶ୍ବର ରାଣୀପାଟଣା, ଦୃଷ୍ଟି ହୀନ ନିମନ୍ତେ ବିଦ୍ୟାଳୟ, ପରିସର ରେ VIEWS Odisha ତରଫ ରୁ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ମାନଙ୍କ ର ଅଧିକାର ଓ ଅଧିକରଣ ୨୦୧୬ ଅଧିନିୟମ ବିଷୟ ରେ ଏକ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରଥମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନବୀନ କୁମାର ବେହେରା ଙ୍କ ସଭାପତିତ୍ଵ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଯାଇଥିଲା। ଉକ୍ତ ସଭା ରେ VIEWS Odisha ର ସୁଶ୍ରୀ ସ୍ମୃତି ସାଗରିକା ଦାଶ ଓ ସୁଶ୍ରୀ ଶିବାନୀ ବେହେରା ଉପସ୍ଥିତ ଥିଲେ। ପ୍ରଥମେ ଶ୍ରୀଯୁକ୍ତ ବେହେରା VIEWS Odisha ଆଜିର କାର୍ଯ୍ୟକ୍ରମ ବିଷୟ ରେ ଆଲୋକପାତ କରି ଥିଲେ । ପରେ ସୁଶ୍ରୀ ସ୍ମୃତି ସାଗରିକା ଦାଶ ଓ ସୁଶ୍ରୀ ଶିବାନୀ ବେହେରା ଜୀବନ କୌଶଳ ଶିକ୍ଷା, ଅଧିକାର ଓ ଅଧିକରଣ – ୨୦୧୬ ଛାତ୍ର ଛାତ୍ରୀ ଙ୍କ ଅଧିକାର ବିଷୟ ରେ ଅବଗତ କରାଇ ଥିଲେ । ଭାବନା ସହିତ ମୁକାବିଲା ଓ ଯୋଗା ଯୋଗ କୌଶଳ, ସୃଜନଶୀଳ ଚିନ୍ତାଧାରା, ମହତ୍ତ୍ଵ ପୂର୍ଣ୍ଣ ଚିନ୍ତା, ନିଷ୍ପତ୍ତି ନେବାର କୌଶଳ, ସହାନୁଭୂତି, ପାରସ୍ପରିକ ସମ୍ପର୍କ, ସମସ୍ୟା ସମାଧାନ, ଆତ୍ମ- ସଚେତନତା, ପ୍ରଭାବଶାଳୀ ଚାପ ପରିଚାଳନା ବିଷୟ ସେମାନେ ଛାତ୍ର ଛାତ୍ରୀ ମାନଙ୍କୁ ଜଣାଇ ଥିଲେ । ଆଜିର କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତେ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ସଫଳତା ର ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇ ଥିଲା। ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିବକର ସ VIEWS Odisha ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଧନ୍ୟବାଦ ଜଣାଇ ଥିଲେ ।


