ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା: ରାଜ୍ୟରେ ଏବେ ହେବ ନାହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ କରିବାକୁ ସମ୍ବଲପୁରରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ସମୟରେ ମନମୋହନ ନୂଆପଡ଼ା ଉପନିର୍ବାଚନକୁ ନେଇ ଏକ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଏବେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ନାହିଁ ।ରାଜ୍ୟ ବିଜେପି ସଭାପତି ସଂପ୍ରତି ସମ୍ବଲପୁର ଗସ୍ତରେ ଅଛନ୍ତି । ଏହି ସମୟରେ ସେ ମନ୍ତ୍ରିମଣ୍ଡଳ ସଂପଚରସାରଣ ନିଗମ ଏବଂ ବୋର୍ଡ ଗଠନ ଏସବୁକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ନାହିଁ । ନିଗମ ଏବଂ ବୋର୍ଡ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ସବୁ ଜିଲ୍ଲା ସବାପତି ଚୟନ ସରିଛି । ଖୁବ ଶୀଘ୍ର ସମ୍ବଲପୁର ଜିଲ୍ଲା ସଭାପତି ଚୟନ କରାଯିବ । ପାର୍ବଣ ଋତୁରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ କି ସଂପ୍ରସାରଣ ହେବ ନାହିଁ ବୋଲି ମନମୋହନ କହିଛନ୍ତି । ସୂଚନାଯୋଗ୍ୟ, ମୋହନ ମାଝୀ ସରକାରଙ୍କୁ ଦେଢ ବର୍ଷ ବିତି ସାରିଛି । ଏବେ ବି ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡିଛି । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରୀ ପଦ ସଂଖ୍ୟା ହେଉଛି ୨୨ । କିଛି ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହିଛି । ଏସବୁ ପରେ ବି ମନ୍ତ୍ରିମଣ୍ଡଳ ଅଦଳ ବଦଳ ନ ହେବା ରାଜ୍ୟ ବିଜେପି ଏବଂ ସରକାରଙ୍କ ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । କିଛି ଯୁବ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ କୁହାଯାଉଥିଲା । ହେଲେ ଏସବୁ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି


