ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ମେଗା ରକ୍ତଦାନ ଦାନ ଶିବିର
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଜୟନ୍ତୀ ତଥା ସେବାପକ୍ଷ ଅବସରରେ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ଶିବିରରେ ଉତ୍ସାହିତ ରକ୍ତଦାତା ଙ୍କ ନିକଟରୁ ୧୭୨ ୟୁନିଟ ରକ୍ତ ସଂଗୃହିତ ହୋଇ ମାନବ କଲ୍ୟାଣ ନିମନ୍ତେ ଜିଲ୍ଲା ରକ୍ତ ଭଣ୍ଡାର କୁ ପ୍ରେରଣ କରାଯାଇଥିଲା। କେନ୍ଦୁଝର ସାଂସଦ ଅନନ୍ତ ନାୟକ ଏବଂ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଏହି ଶିବିରରେ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିବା ସହିତ ଭାରତମାତା ଙ୍କ ଫୋଟ ଚିତ୍ର ସମ୍ମୁଖରେପ୍ରଦୀପପ୍ରଜ୍ବଳନକରିଥିଲେ। ସେହିପରି ବିଜେପି ପୂର୍ବତନ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା,ବିଜେପି ରାଜ୍ୟଉପସଭାନେତ୍ରୀ ସୁକେଶୀ ଓରାମ,କେନ୍ଦୁଝରଗଡ଼ ପୌରପାଳିକା ଅଧକ୍ଷା ନିକୁ ସାହୁ, ସାଂସଦ ପ୍ରତିନିଧି ହରିହର ମହାନ୍ତ, ଦିଲ୍ଲୀପ କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ ଏବଂ ଶମ୍ଭୁନାଥ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଏବଂ ଜ୍ଞାନ ରଂଜନ ସାମନ୍ତ ସିଂହାର, ଜିଲ୍ଲା ଉପସଭାପତି ଗୋପୀନାଥ ରାମ,ଜିଲ୍ଲା ସମ୍ପାଦକ ଦୀପକ ଜେନା ଏବଂ ଯଶସ୍ୱିନୀ ବଳ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଭାଗିରଥି ସିଂହ ପ୍ରମୁଖ ତଥା ଅନ୍ୟ ନେତୃବର୍ଗ ମାନେ ଉପସ୍ଥିତ ରହି ରକ୍ତଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ଭଣ୍ଡାର ର ଡାକ୍ତର ବିପିନ ବିହାରୀ ପାତ୍ର ଙ୍କ ତତ୍ୱାବଧାନ ରେ ତଥା ସମସ୍ତ ସହଯୋଗୀ କର୍ମଚାରୀ ଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ସାଂସଦ ଶ୍ରୀ ଅନନ୍ତ ନାୟକ ଏବଂ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ରକ୍ତଦାତା ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ବିଜେପି ର ମଣ୍ଡଳ ସଭାପତି ତଥା ମୋର୍ଚ୍ଚାର ନେତୃତ୍ୱ ଓ କାର୍ଯ୍ୟକର୍ତ୍ତା ମାନଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର ସାଫଲ୍ୟମଣ୍ଡିତ ହୋଇଥିଲା।


