୯୦ ମଦୁଆ ଚାଳକଙ୍କ ଲାଇସେନ୍ସ ବାତିଲ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ମଦ ପିଇ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ବଢୁଛି । ଏହାକୁ ରୋକିବା ପାଇଁ ଓଏମ୍ଭିଡି ଏବଂ ପୋଲିସ ପକ୍ଷରୁ ଯୁଗ୍ମ ଭାବେ ଯାଂଚ କରାଯାଉଛି । ଚଳିତ ମାସ ୧୩ ତାରିଖରୁ ୨୧ ତାରିଖ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୯୦ ଜଣ ମଦୁଆ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ କରାଯାଇଛି । କେନ୍ଦୁଝର ପରିବହନ ବିଭାଗ ପକ୍ଷରୁ ମଦୁଆ ଚାଳକ ଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନକରାଯାଇ ଜାତୀୟ ରାଜପଥରେ କଡାକଡି ଯାଂଚ କରାଯାଉଛି । ମଦ ପିଇ ଗାଡି ଚଲାଇବା ଯୋଗୁଁକେନ୍ଦୁଝରଜିଲ୍ଲାରେ ଦୁର୍ଘଟଣା ବୃଦ୍ଧିପାଉଥିବାରୁଆଂଚଳିକ ପରିବହନ ଅଧିକାରୀ ଇଂ ମାନସ ରଞ୍ଜନ ସାହୁ ନିର୍ଦ୍ଦେଶକ୍ରମେ ଏହି ସ୍ପତନ୍ତ୍ର ଟାସ୍କଫୋର୍ସ ଖିରେଇଟାଙ୍କିରୀ ଟୋଲ ପ୍ଲାଜା,ଢେଙ୍କିକୋଟ ଟୋଲ ପ୍ଲାଜା,ବନାଯୋଡିଟୋଲପ୍ଲାଜା,ବିଲେଇପଦା ଟୋଲ ପ୍ଲାଜା ସମେତ ହରିଚନ୍ଦନପୁର,ପଦ୍ମପୁର,ଯୋଡା,ବଡବିଲ,ଶୁଆକାଟୀ,ବିଲେଇପଦା,ରିମୁଳିରେ ଯାନବାହାନ ଯାଂଚ କରାଯାଇ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ଚାଲାଣ କଟାଯିବା ସହ ମାମଲା ରୁଜ୍ଜୁ କରାଯାଇଛି । ନିମୟିତ ବ୍ୟବଧାନରେ ପରିବହନ ବିଭାଗ ପକ୍ଷରୁ ଏଭଳି ଚଢାଉ କରାଯାଉଥିବାରୁ ମଦୁଆଡ୍ରାଇଭରଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଯାଂଚ ବେଳେ ସହକାରୀ ପରିବହନ ଅଧିକାରୀ,ବଡବିଲ ବିଶ୍ୱ ରଞ୍ଜନ ସାହୁ,ଆସିଷ୍ଟାଣ୍ଟ ଏମଭିଆଇ ଅରୁଣା କୁମାର ସାହୁ,ଏମଭିଆଇ ସନ୍ଦିପ ପାଇକରାୟ,ଟ୍ରାଫିକ ଇନ୍ସପେକ୍ଟରସୁକୁରାମସୋରେନ,ଆସିଷ୍ଟାଣ୍ଟଏମଭିଆଇ ଦିବ୍ୟଜ୍ୟୋତି ମହାନ୍ତ,ଜୁନିୟର ଏମ୍ଭିଆଇ ରାଜେଶ କୁମାର ସେଠୀ ପ୍ରମୁଖ ସାମିଲ ଥିଲେ ।


