ଅସ୍ତରଙ୍ଗ ବଜାରରେ ନାହିଁ ସାର: ନିରାଶରେ ଫେରୁଛନ୍ତି ଚାଷୀ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଚାଷ ତର ତର, ବଣିଜ ମଠ। ଧାନ ରୁଆ ପରେ ସମୟ ଗଡି ଯାଉଥିବା ବେଳେ ସାର ଅଭାବ ଏହି ଢଗକୁ ଏବେ ପ୍ରାସଙ୍ଗିକ କରିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଏବେ ସାର ସଙ୍କଟ ଉତ୍କଟ ରୂପ ନେଇଛି। ବଜାର ରୁ ସାର ଯୋଗାଣ ବନ୍ଦ କରାଯାଇଥିବାରୁ ବଜାରରେ ସାର ନାହିଁ। ଗୋଟିଏ ଭରସା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ )। ମାତ୍ର ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ୧୦ଗୋଟି ପ୍ୟାକ୍ସ ଥିବାରୁ କେବଳ କେନ୍ଦ୍ରାପଟି ସମବାୟ ର ଲାଇସେନ୍ସ ସଠିକ ଥିବା ବେଳେ ସାର ଯୋଗାଣ ପର୍ଯ୍ୟାପ୍ତ ହେଉନଥିବାରୁ ଚାଷୀ ସାର ପାଉନାହିଁ। ଚାରୀ ଟି ପର୍ଯ୍ୟାୟ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ୧୨୦ବସ୍ତା, ଦ୍ୱିତୀୟ ପର୍ଯ୍ୟାୟ ୧୩୦ବସ୍ତା, ତୃତୀୟ ପର୍ଯ୍ୟାୟ ୧୭୦ବସ୍ତା ଓ ଚତୁର୍ଥ ପର୍ଯ୍ୟାୟ ୨୪୨ବସ୍ତା ଆସିଥିବା ବେଳେ ଶେଷ ଦିନରେ ୩୭୪ବସ୍ତା ଷ୍ଟକ ଥିବାରୁ ମଙ୍ଗଳବାର ତାହା ଶେଷ ହୋଇଛି।ଥରେ ସାର ପହଁଚିଲେ ପ୍ୟାକ୍ସରେ ଅପ୍ରିତିକର ସ୍ଥିତି ସୃଷ୍ଟି ହେଉଛି।ପର୍ଯ୍ୟାୟ ଅନୁସାରେ ସାର ବସ୍ତା ଆସୁଥିବା ବେଳେ ଏହାକୁ ନେବାକୁ ଅସ୍ତରଙ୍ଗ ବ୍ଲକ ଅଂଚଳର ହଜାର ହଜାର ଚାଷୀ ରାତି ୩ ରୁ ଧାଡି ରେ ଠିଆ ହେଉଛନ୍ତି। ପର୍ଯ୍ୟାପ୍ତ ପରିମାଣ ସାର ଆସୁନଥିବାରୁ ପ୍ରଶାସନ ମଧ୍ୟ ନିରୁପାୟ ହୋଇପଡିଛି। ମାର୍କଫେଡ଼ ଜରିଆରେ ପ୍ୟାକ୍ସକୁ ସାର ଯୋଗାଣ କରାଯାଉଥିବା ବେଳେ ହୋଲସେଲ ଜରିଆରେ ବଜାର କୁ ସାର ମିଳିଥାଏ।ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି  ପ୍ୟାକ୍ସ କୁ ସଠିକ ଭାବେ ସାର ଆସୁନଥିବାରୁ ଚାଷୀ ବଜାର ରୁ କିଣୁଥିଲେ। ମାତ୍ର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଗୋଟିଏ ପ୍ୟାକ୍ସ ରେ ସ୍ୱଳ୍ପ ପରିମାଣ ସାର ଆସୁଥିବା ବେଳେ ଅନ୍ୟ ୯ ଗୋଟି ପ୍ୟାକ୍ସ ରେ ଲାଇସେନ୍ସ ନଥିବାରୁ ସାର ଉଠାଉ ନାହାନ୍ତି। ଯାହା ଫଳରେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଶତାଧିକ ଚାଷୀ ୟୁରିଆ ସାର ଅସ୍ତରଙ୍ଗ ବଜାର ସମେତ ଗ୍ରାମାଞ୍ଚଳ ରେ ଥିବା ଡିଲର ପଏଣ୍ଟ ଗୁଡିକ କଳା ବଜାରୀ କରି ୟୁରିଆ ସାର ୨ ଗୁଣ ଚଢା ଦରରେ ବିକ୍ରି କରୁଛନ୍ତି।କିନ୍ତୁ ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପ୍ୟାକ୍ସ ଉପରେ କେନ୍ଦ୍ରାପଟି, ସରିପୁର ଓ ମାଣ୍ଡୁକି ଅଞ୍ଚଳ ପାଖାପାଖି ୩୮୭ଚାଷୀ ପଞ୍ଜିକରଣ ଭୁକ୍ତ ଥିବା ବେଳେ କିନ୍ତୁ ବଜାର ସାର ମିଳୁନଥିବାରୁ ସାର ପ୍ୟାକ୍ସ କୁ ଆସିଥିବା ଜାଣି ମଙ୍ଗଳବାର ରାତ୍ର ୩ଟାରୁ ଶତାଧିକ ଚାଷୀ କେନ୍ଦ୍ରାପଟି ପ୍ୟାକ୍ସ ସାମ୍ନାରେ ଭିଡ଼ ଜମାଇଥିଲେ। ଯାହା ଫଳରେ ଭିଡ଼ ନିୟନ୍ତ୍ରଣ ପାଇଁ କାକଟପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଥିଲେ। ହେଲେ ପ୍ୟାକ୍ସ କୁ ପର୍ଯ୍ୟାପ୍ତ ପରିମାଣ ର ସାର ଆସୁନଥିବାରୁ ଆବଶ୍ୟକ ମୁତାବକ ଯୋଗାଇ ଦିଆଯାଇ ପାରୁନି। ଭାଗବାଣ୍ଟି ଚାଷୀ ଙ୍କୁ ପ୍ୟାକ୍ସ କର୍ମଚାରୀ ସାର ପ୍ରଦାନ କରୁଛନ୍ତି। ଯାହା ପ୍ୟାକ୍ସର ଆବଶ୍ୟକତା ଠାରୁ କମ୍ ହେଉଛି। ଅନ୍ୟ ପଟେ ଅସ୍ତରଙ୍ଗ ବଜାର ରେ ସାର ନଥିବାରୁ ଯେଉଁ ଚାଷୀ ବଜାର ରୁ କିଣି ନେଉଥିଲେ ସେମାନେ ମଧ୍ୟ ପ୍ୟାକ୍ସ ଉପରେ ନିର୍ଭର କରୁଛନ୍ତି। ଯାହା ଫଳରେ ୨ଶହ ବସ୍ତା ସାର ପ୍ୟାକ୍ସରେ ପହଁଚିଲେ ଖବର ପାଇଁ ସବୁ ଚାଷୀ ସେଠାରେ ରାତିରୁ ଧାଡିରେ ରହୁଛନ୍ତି। ଏପରିକି ପାଖ ପ୍ୟାକ୍ସର ଚାଷୀ ମଧ୍ୟ ସେଠାକୁ ଧାଁଉଛନ୍ତି। ଯାହା ଦ୍ୱାରା ପ୍ୟାକ୍ସ ଗୁଡିକରେ ସାର ପାଇଁ ଠେଲାପେଲା ମାର ପିଟ ସ୍ଥିତି ସୃଷ୍ଟି ହେଉଛି। ମଙ୍ଗଳବାର କେନ୍ଦ୍ରାପଟି ପ୍ୟାକ୍ସ ନିକଟରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ପ୍ୟାକ୍ସ ରେ ଚାଷୀ ଅସନ୍ତୋଷ ଦେଖି ପ୍ୟାକ୍ସ ସମ୍ପାଦକ ଶେଷରେ କାକଟପୁର ପୁଲିସ ଦ୍ୱାରସ୍ତ ହୋଇ ସାର ବଣ୍ଟନରେ ସହଯୋଗ କରିବାକୁ ନିବେଦନ କରିଥିଲେ। ଯାହା ସଙ୍କଟ କୁ ଦର୍ଶାଉଛି। ପ୍ରଶାସନ ସବୁ ଦେଖି ମଧ୍ୟ ନିରୁପାୟ ଅବସ୍ଥାରେ ରହିଛି।
ତଥ୍ୟ ଅନୁସାରେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ୬ହଜାର ଉର୍ଦ୍ଧ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ସେହି ଅନୁସାରେ ପର୍ଯ୍ୟାପ୍ତ ପରିମାଣ ସାର ଅସ୍ତରଙ୍ଗ ବ୍ଲକ ଅଂଚଳରେ ମିଳୁନାହିଁ। ଅନ୍ୟ ପଟେ ୧୦ଗୋଟି ପ୍ୟାକ୍ସ ମଧ୍ୟରୁ ଗୋଟିଏ ପ୍ୟାକ୍ସ ସାର ଆଣୁଥିବାରୁ ସମସ୍ୟା ସୃଷ୍ଟି ହେଉଛି। ମଙ୍ଗଳବାର ଅପରାହ୍ନ ରେ ଅସ୍ତରଙ୍ଗ ବିଡ଼ିଓ କେନ୍ଦ୍ରାପଟି ପ୍ୟାକ୍ସ ରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ।ଉଚିତ ସମୟ ମଧ୍ୟରେ ନ ମିଳିଲେ ଏଥର ଚାଷ ପ୍ରଭାବିତ ହେବ ଏଥିପାଇଁ ସରକାର ଓ ପ୍ରଶାସନ ଦାୟି ରହିବ ବୋଲି ଅଭିଯୋଗ କରି ଆନ୍ଦୋଳନ ଚେତାବନୀ ଦେଲେଣି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ