ଶିକ୍ଷକ ବଦଳି କୁ ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ବାରାହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ। ସେମାନଙ୍କ ଅଭିଯୋଗ ଅନୁଯାଇ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ୪ଜଣ ଶିକ୍ଷକ ନିଯୁକ୍ତି ଥିଲେ। ପ୍ରଧାନ ଶିକ୍ଷକ ଅଧିକାଂଶ ସମୟରେ ଅଫିସ କାମ ଓ ଅନ୍ୟାନ୍ୟ କାମରେ ନିୟୋଜିତ ରହୁଥିବାରୁ ଠିକ୍ ଭାବେ ଶିକ୍ଷାଦାନ ହୋଇ ପାରୁ ନଥିଲା। ଗ୍ରାମବାସୀଙ୍କ ଦାବି ପରେ ବ୍ଲକ୍ ଶିକ୍ଷା ଅଧିକାରୀ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ଉକ୍ତ ଶିକ୍ଷକଙ୍କ ଶିକ୍ଷାଦାନ ଶୈଳୀ କୁ ଛାତ୍ର ଛାତ୍ରୀ ମାନେ ଗ୍ରହଣ କରୁଥିବା ବେଳେ ଅଭିଭାବକ ମାନେ ଖୁଡ଼ିବ୍ୟକ୍ତ କରିଥିଲେ। କିନ୍ତୁ ମାସେ ହୋଇନି ବ୍ଲକ ଶିକ୍ଷା ଅଧିକାରୀ ଉକ୍ତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଦେଇଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟିର ସଭ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ବଦଳି ବାତିଲ କରିବାକୁ ପରିଚାଳନା କମିଟିର ସଭାନେତ୍ରୀ ଦିପ୍ତିମୟୀ ଖୁଣ୍ଟିଆ, ସଭ୍ୟା ପଦ୍ମାବତୀ ବରାଳ, ମିନତୀ ଜେନା, କୁଳମଣି ଜେନା, ବିଷ୍ଣୁପ୍ରିୟା ରାଉତ, ସ୍ଵପ୍ନାରାଣୀ ବରାଳ, ଜ୍ୟୋତ୍ସ୍ନା ରାଣୀ ବରାଳ, ସୁରେଖା ନାୟକ, ରଶ୍ମିତା ଜେନା, ଗୋଲାପ ରାଉତ, ରୋଜୀ ମୁଦୁଲି, ଚିତ୍ରସେନ ରାଉତ, ଶୁଭାଦ୍ରି ବଳିୟାର ସିଂ ପ୍ରମୁଖ କେନ୍ଦୁଝର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ