ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
ପୋଲସରା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ଚଢ଼ିଆପଡ଼ା ଗ୍ରାମର ଏକ ବନ୍ଦ କୋଠରୀରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁ ବରଣ କରିଥିବା ଛାତ୍ରୀ ଜଣକ ବାଲିଛାଇ ଗ୍ରାମର ସୋନାଲି ବେହେରା ହୋଇଥିବା ବେଳେ ସେପ୍ଟେମ୍ବର ୨୪ ତାରିଖରେ ପରିବାର ଲୋକଙ୍କୁ କଲେଜକୁ ଯାଉଥିବା କହି ଘରୁ ବାହାରିଥିଲେ l ମଧ୍ୟାହ୍ନରେ ସୋନାଲି ଆତ୍ମହତ୍ୟା କରିବା ନେଇ ଜଣେ ଯୁବକ ଖବର ଦେବାପରେ ପରିବାର ଲୋକେ ଚଢିଆପଡା ଗ୍ରାମରେ ପହଞ୍ଚି ମୃତଦେହ ଦେଖି ପୋଲିସ କୁ ଖବରଦେଇଥିଲେ। ତେବେ ପୁରୁଷ ବନ୍ଧୁଙ୍କ ଘରୁ ସୋନାଲିଙ୍କ ମୃତ ଶରୀର ମିଳିବା ଯୋଗୁଁ ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପୋଲସରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମର ଶରୀରକୁ ଜବତ କରି ପୋଲସରା ଥାନା କେସ ନଂ ୬୯୧/୨୫ ପ୍ରକାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରହିଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।