ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକୋତ୍ସବ

ଗୋପ(ଯୁଗାବ୍ଦ ନ୍ୟୁଜ): ବଡ଼ତରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱିତୀୟ ବାର୍ଷିକୋତ୍ସବ ଗତକାଲି ସଂଧ୍ୟାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବଡତରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀଧର ଛାଟୋଇ, ବଡତରାର ପୂର୍ବତନ ସମିତିସଭ୍ୟ ପ୍ରକାଶ ପ୍ରଧାନ,ସମାଜସେବୀ ମୂରଲୀଧର ପ୍ରଧାନ, ଗୋପ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ରଥ, ନାଗପୁର ଶିଶୁ ମନ୍ଦିର ପ୍ରଧାନାଚାର୍ଯ୍ୟ ଦେବାଶିଷ ଭଟ୍ଟ ପ୍ରମୁଖ ଯୋଗଦେଇ ଶିକ୍ଷା ଏବଂ ଶିଶୁ ମନ୍ଦିରର ବଡତରା ଅଞ୍ଚଳରେ କିପରି ପ୍ରଭାବ ପକାଇପାରିଛି ତା ଉପରେ ଆଲୋକପାତ କରିଥିଲେ । ବଡତରା ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟା ବିଷ୍ଣୁପ୍ରିୟା ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବକୁ ଶିଶୁ ମନ୍ଦିରର ତୃପ୍ତିମୟୀ ବାରିକ, ଆରତୀ ସେଠ୍, ମୋନାଲିସା ସ୍ୱାଇଁ, ଲିଟିଲ୍ ପ୍ରିୟଦର୍ଶିନୀ, କମଳିନୀ ମହୁରୀ,ପ୍ରକାଶ ପ୍ରଧାନ,ପଙ୍କଜ ମଲ୍ଲିକ,ରାହୁଲ ବେହେରା ପ୍ରମୁଖ ଆୟୋଜନରେ ମୁଖ୍ୟ ଭୂମିିକା ଗ୍ରହଣ କରିଥିଲେ । ଗୋପ ମାଟିଆଖାତ ଶିଶୁ ବିଦ୍ୟା ମନ୍ଦିର ସଂପାଦକ ଅଜୟ ନାୟକ ଅତିଥି ପରିଚୟ ପ୍ରଦାନ ସହ ଉତ୍ସବ ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ