ବଡ଼ରମ୍ପାସ ପଞ୍ଚାୟତରେ ରକ୍ତଦାନ ଶିବିର
ହାଟଡିହି(ଓ୍ବାଇଏନଏସ): ବଡ଼ରମ୍ପାସ ପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସତ୍ୟସାଇ ସେବା ସମିତି ଇଞ୍ଚୋଳ, ବଡ଼ ରମ୍ପାସ ଓ ନୂଆ ଗ୍ରାମ ଯୁବକଙ୍କ ସହଯୋଗରେ ଏହି ଶିବିର ଆୟୋଜନ ହୋଇଥିଲା। ସତ୍ୟସାଇ ସେବା ସଂଗଠନ ସେବାଦଳ କେନ୍ଦୁଝର ଜିଲ୍ଲାର ସଂଯୋଜକ ଆଦିକନ୍ଦ ସ୍ବାଇଁ, ବଡ଼ରମ୍ପାସ ଲକ୍ଷ୍ମିବଜାର କମିଟିର ପ୍ରଦୀପ କୁମାର ମହାପାତ୍ର, ଆଲୋକ ସ୍ୱାଇଁ, ଦିଲ୍ଲିପ ସେନାପତି, ଚକ୍ରଧର ସାହୁ, ରାଜେନ୍ଦ୍ର ସେଠୀ, ଲକ୍ଷ୍ମୀପ୍ରିୟା ନାୟକ, ନୁଆ ରମ୍ପାସ ଗ୍ରାମର ହରିହର ଧଳ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଏଥିରୁ ୩୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଆନନ୍ଦପୁର ରାକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀ ମାନେ ଯୋଗଦେଇ ସ୍ଵେଚ୍ଛାକୃତ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।